୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମେରୀ ଜାନ୍ ହିନ୍ଦୁସ୍ତାନ-୨୯୨୫’ ମହାସମାରୋହରେ ପାଳିତ ।

୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମେରୀ ଜାନ୍ ହିନ୍ଦୁସ୍ତାନ-୨୯୨୫’ ମହାସମାରୋହରେ ପାଳିତ ।
ବ୍ରହ୍ମପୁର ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୫”‘ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
କ୍ରାନ୍ତି ଅନୁଷ୍ଠାନର କାର୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମ ରେ ଏସ.ଏମ.ଆ.ଟି ର ସଭାପତି ଡଃ ଭଗବାନ ଗନ୍ତାୟତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ , କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ର ସମ୍ପାଦକ ସନ୍ତୋଷ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୁପାକ୍ଷ ଦାଶ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡ଼ା ଓ ଶ୍ରଦ୍ଧା ଫାଉଣ୍ଡେସନ ର ସଭାପତି ପ୍ରଣବ କୁମାର ପଣ୍ଡା ଓ ଶାଶ୍ଵତୀ ନାଟ୍ୟ ଅନୁଷ୍ଠାନର ରାମଚନ୍ଦ୍ର ସାସମଲ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସମବେତ ବିଦ୍ୟାର୍ଥୀ ସହ ଅବିଭାବକଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇ ଥିଲେ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ

Leave a Reply

Your email address will not be published. Required fields are marked *