୩ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ, ଅନ୍ୟ ୩ ନିର୍ଦୋଷରେ ଖଲାସ।
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଗତ ୨୦୨୩ ମସିହାରେ ସାମାନ୍ୟ କଥାକୁ ନେଇ ହୋଇଥିବା ହତ୍ୟା ଘଟଣାର ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଅତିରିକ୍ତ ଜିଲ୍ଳା ଜଜ୍ ଡଃ ଇନ୍ଦୁ ଶର୍ମା ୩ ଅଭିଯୁକ୍ତ ଭାଇ ଯଥା ବୁଡୁ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ମିଥୁନ ପ୍ରଧାନ କୁ ଆଜୀବନ କାରାଦଣ୍ଡାଦେଶ ସହ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି ଓ ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୁଚନା ଅନୁଯାୟୀ ଜଣାପଡିଛି ଯେ ଉକ୍ତ ଗ୍ରାମର ୰ ପ୍ରକାଶ ପ୍ରଧାନ ଓ ତାଙ୍କ ବଡ଼ ଭାଇଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପୁର୍ବରୁ ଶତ୍ରୁତା ଥିଲା। ଘଟଣା ଦିନ ଅଭିଯୁକ୍ତ ବୁଡୁର ବଡବାପା ପୁଅ ଭାଇ ଘର କାମ ଏକ ଟ୍ରକରେ ଇଟା ମଗାଇ ଆଣିଥିବା ବେଳେ ଭୁଲ୍ ବଶତଃ ବୁଡୁ ଘର ଦାଣ୍ଡରେ କିଛି ଇଟା ଖସି ପଡ଼ିବାରୁ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ଓ ଗାଁ ଲୋକଙ୍କ ହସ୍ତକ୍ଷେପ ଫଳରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା। କିନ୍ତୁ ଘଟଣା ଦିନ ରାତିରେ କୁଲୁ ଘର ବାହାରେ ଛିଡା ହୋଇଥିଲା ବେଳେ ହଠାତ୍ ବୁଡୁ ଓ ତା’ର ଦୁଇ ଭାଇ ସନ୍ତୋଷ ଓ ମିଥୁନ ସହ ମିଶି ଶାବଳ ଠେଙ୍ଗା ଓ ଟାଙ୍ଗିଆ ଜରିଆରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ କୁଲୁ କୁ ଆଡପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ପରିବାର ଲୋକେ ଭର୍ତ୍ତି କରିଥିଲେ।