୩୮୭ କେଜି ଗଞ୍ଜେଇ ଜବତ, ବୋଲର ଜବତ ସହ ୨ଗିରଫ ଓ ପୁଲିସ ଚଖମା ଦେଖାଇ ୩ ଫେରାର
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ଆର,ଉଦୟଗିରି ପୁଲିସ କଙ୍କଡାଗୁଡା ଠାରୁ ତୁମନ ଗ୍ରାମ ମଝିରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ୨ଟି ବାଇକ୍ ଓ ଗୋଟିଏ ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲେ । ବୋଲେରୋର ଖାନତଲାସୀ ବେଳେ ସେଥିରୁ ୩କୁଇଣ୍ଟଲ ୮୭ କେଜି ଗଞ୍ଜେଇ ମିଳିଥିଲା । ଏକଜିଜ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ତାହାକୁ ଜବତ କରି ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଆର,ଉଦୟଗିରି ଟିକାମାଳ ଗ୍ରାମର ମନୁଆଲ ଆନନ୍ଦ ଓ ଆସମନ ଆନନ୍ଦ । ଉଭୟଙ୍କୁ କୋର୍ଟ ଚାଳଣ କରାଯାଇଛି । ଆଉ ୩ଜଣ ଗଞ୍ଜେଇ ବେପାରି ପୁଲିସ ଚଖମାଦେଖାଇ ଫେରାର ହୋଇଗଲେ । ଆବଶ୍ୟସ୍ଥଳେ ଅଭିଯୁକ୍ତଦ୍ବୟଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତ କରାଯିବ । ଫେରାର ଥିବା ୩ଜଣକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଏସ୍ପି ଯତୀନ୍ଦ୍ର ପଣ୍ଡା ସୁଚନା ଦେଇଛନ୍ତି । ଏହି ଅଞ୍ଚଳରେ ଏକ ଚର୍ଛ ହେଉଛି ଏହି ଗଞ୍ଜେଇ ଚୋରା ଚାଲଣରେ ଥିବା ବଡ ଲୋକ ଖସିଯାଇଥାନ୍ତି ଯେଉଁମାନେ ବହୁବର୍ଷ ଧରି ଏହି ଗଞ୍ଜେଇ ବେପାରରେ ସମ୍ପୂତ ଥିବା ବ୍ୟକ୍ତିମାନେ ବଡ ଚାଲାକରେ ଖସିଯାଉଛନ୍ତି ସେମାନଙ୍କୁ ସ୍ଥାନୀୟ ପୁଲିସ ଧରିବାକୁ ସକ୍ଷମ ହୋଇପାରୁ ନାହାନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣ ବଡ ମାଛଥିଲେ ମାତ୍ର ପୁଲିସ ବଡ ମାଛ ଛାଡି ସାନ ମାଛ ଧରାଯାଇଥିବା ଗ୍ରାମ କୁହାକୁହି ହେଉଛନ୍ତି । ଦେଖିବାକୁ ବାକି ରହିଲା ପୁଲିସ କେବେ ଏହି ଅଞ୍ଚଳର ଗଞ୍ଜେଇ ଚାଲାଣକାରି ମାଷ୍ଟରମାଇଣ୍ଡି ଙ୍କୁ ଧରୁଛି କେବେ । ନା ପ୍ରତିଥର ଭଲି ପୁଲିସ ଅଧିକାରୀଙ୍କୁ ଧରାଧରି କରି ଖସିଯିବେ ।