୩୭୫ କିଲୋ ଗଞ୍ଜେଇ ଜବତ, ଜଣ ଗିରଫ ଓ ଦୁଇ ବ୍ୟକ୍ତି ଫେରାର ।ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଏସ ଆଇ ସନ୍ଦୀପ ହେମ୍ବ୍ରମ ଙ୍କ ସହ ଥାନା କର୍ମଚାରୀ ମାନଙ୍କ ସହ ରାତି ପେଟ୍ରଲିଂ ପାଇଁ ଯାଇଥିବା ସମୟରେ ସକାଳ ପ୍ରାୟ ସାଢେ଼ ପାଞ୍ଚ ଘଣ୍ଟା ସମୟରେ ଟିକାମାଳ ରାସ୍ତା ର ଶବର ପୋଲି ଛକରେ ଏକ ବୋଲର ଗାଡ଼ି କୁ ଅଟକାଇ ଥିଲେ ।ଗାଡ଼ି ନମ୍ୱର୍ ଓଡି ୧୧ୟୁ -୬୯୬୬ ପୁଣି ଏକ ନୀଳ ରଙ୍ଗର ଟି ଭି ଏସ ଆପାଚି ୧୬୦ ଗାଡ଼ି ନମ୍ୱର୍ ହେଉଚି ଓଡି ୨୦-୭୨୮୪ ସହ ବୋଲର ଗାଡ଼ି ରେ ପ୍ରାୟ ୩୭୫ କିଲୋ ଗଞ୍ଜେଇ ଥିବାର ଜଣା ପଡ଼ିଥିଲା ।ଗଞ୍ଜେଇ ସହ ଟିକାମାଳ ଗ୍ରାମ ର ରଞ୍ଜନ ପରିଛା ବୟସ (୩୪)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଘଟଣା ସ୍ଥଳ ରୁ ଚଂପଟ ମାରିଥିବା ଜଣାପଡୁଛି ।ତଦନ୍ତ ଅଧିକାରୀ ଶପ୍ନା ବେହେରା ,ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଲ ଏବଂ ତହସିଲଦାର ଜ୍ୟୋତିମୟ ଦାସ ସହ ଆର,ଉଦୟଗିରି ଥାନା ର କର୍ମ ଚାରି ମାନେ ଉପୋଷ୍ଟିତ ଥିଲେ ।ପୁଣି ଉପ ଆରକ୍ଷକ ଅଧିକାରୀ ଅମିତାଭ ପଣ୍ଡା କହିଛନ୍ତି ଯେ ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୧୨ ଲକ୍ଷ୍ୟ ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି ପୁଣି ଖୁବ୍ କମ୍ ସମୟ ମଧ୍ୟରେ ଯେଉ ଦୁଇ ଜଣ ବ୍ୟକ୍ତି ଘଟଣା ସ୍ଥଳ ରୁ ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଅରେଷ୍ଟ କରିବୁ ବୋଲି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ରଞ୍ଜନ ପରିଛା ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହାର ତଦନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।
Related Posts

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ।ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ଯାଏଁ ବ୍ୟାପ୍ତ ରହିଛି।ଆସନ୍ତା ୨୧…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କ ସହ ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କ ସହ ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ…

ମୋହନା ରେ ଦଣ୍ଡ ଯାତ୍ରା ଅନୁଷ୍ଠିତ
ଆର. ଉଦୟଗିରି (ମନୋଜ କୁମାର ପାଢୀ): ମୋହନାରେ ଗତ କିଛି ଦିନ ଧରି ମାଁ କାଳୀ ଙ୍କ ଦଣ୍ଡ ଯାତ୍ରା ଆଡମ୍ବର ସହ ଅନୁଷ୍ଠିତ ହେଉଛି। ଏହାକୁ…