୩୦ ପରବାର ଜ୍ଜରରେ ଆକ୍ରାନ୍ତ

୩୦ ପରବାର ଜ୍ଜରରେ ଆକ୍ରାନ୍ତ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ବିରିକୋଟ ଗାଁରେ ୩୦ ପରିବାର ଜ୍ଜରରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ୯ ରୁ ୧୦ ନଂ ଓ୍ବାର୍ଡରେ ବସବାସ କରୁଥିବା ୪୦ରୁ ଉଦ୍ଧ୍ବମହିଳା ଓ ପୁରୁଷ ଜ୍ଜରରେ ପୀଡିତ ଅଛନ୍ତି । ପ୍ରଥମେ ଜ୍ଜର ଓ ପରେ ଗୋଡହାତ ବିନ୍ଧା ସହ ଫୁଲିଯାଉଥିବା ମହିଳାମାନେ କହିଛନ୍ତି । ସଂଯୁକ୍ତ ସିଂ ଓ ସାବିତ୍ରୀ ସିଂ ମେଡିକଲରେ ଚିକିତ୍ସିତ ହେଉଥିବା ବେଳେ ଅଧିକାଂଶ ଲୋକେ ଘରେ ପଡି ରହିଛନ୍ତି । କେଉଁ କାରଣରୁ ଏହି ରୋଗ ବଢିବାରେ ଲାଗିଛି ତାହା ଜଣାପଡିନ ଥିବା ବେଳେ ଏବେ ଗାଁ ଲୋକେ ଭୟଭିତ ରହିଛନ୍ତି । ଏ ନେଇ ବିରିକୋଟ ମେଡିକଲ୍ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଆମ ପାଖକୁ ଦୁଇଟି କେସ ଆସିଛି, ଯଦି ଏହି ରୋଗ ବଢିବାରେ ଲାଗିଛି ଏକ ଡାକ୍ତରୀ ଟିମ୍ ଗଠନ କରି ଅତିଶିଘ୍ର ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *