୨ ଲକ୍ଷ ଟଙ୍କା ଦୋକାନ ନିର୍ମାଣ ୭ ବର୍ଷ ହେଲା ଅସଂପୂଣ୍ଣ ହୋଇ ପଡିଛି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ବସ୍ତିଗୁଡା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ସୁବିଧା ନେଇ ବହୁବାର ଦାବି ପରେ ୨୦୧୮-୧୯ ମସିହାରେ ୨ଲକ୍ଷ ଅଟକଳ ମୂଲ୍ୟ ଦୁଇଟି ଦୋକାନ ଘର ନିର୍ମାଣ କରାଯାଇଥିଲା । ୨୦୧୮- ୧୯ ମସିହାରେ ଆରମ୍ଭ ହୋଇଥିବା ଦୋକାନ ଘର ଆଜି ପର୍ଯ୍ୟନ୍ତ ଅସଂପୂଣ୍ଣ ହୋଇ ପଡିରହିଛି । ଏହି ଦୋକାନ ନିର୍ମାଣ ସଂପୂଣ୍ଣ ନହୋଇଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ହଟହଟା ହେଉଛନ୍ତି । ଗ୍ରାମ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ବହୁ ଦୂରେ ରହିଛି । ସେହି ପାଖରେ ଦୋକାନ ସୁବିଧା ନାହିଁ । ଆସୁଥିବା ଲୋକେ କାର୍ଯ୍ୟାଳୟ ପାଣି ଓ ଖାଦ୍ୟ କଣି ଖାଇବା ଚାହିଁଲେ ମଧ୍ୟ ଦୋକାନ ସୁବିଧା ସୁବିଧା ନାହିଁ । ଏହି ଦୋକାନ ଘର ନିର୍ମାଣ ଫଳକରେ ରହିଯାଉଛି । ଏହି ଦୋକାନ ଘର ନିର୍ମାଣ ହୋଇଥିଲେ ପଞ୍ଚାୟତର ରାଜସ୍ୟ ଆଦାୟ ହେବା ଏବଂ ଅଞ୍ଚଳର ଦୁଇ ବ୍ୟକ୍ତି ରୋଜଗାର କ୍ଷମ ହୋଇପାରେନ୍ତେ । କାର୍ଯ୍ୟାଳୟ ଆସୁଥିବା ଲୋକେ ସୁବିଧା ପାଇପାରେନ୍ତେ । ଏହାପ୍ରତି ବ୍ଳକ ପ୍ରଶାସନ ପଞ୍ଚାୟତ ସରପଞ୍ଚଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ପ୍ରର୍ଯ୍ୟନ୍ତ ନିର୍ମାଣ ହୋଇପାରୁନି ଦୋକାନ ଘର ବୋଲି ଅଭିଯୋଗ ହେଉଛି । ଏହି ବିଷୟ ନେଇ ପଞ୍ଚାୟତ ଦାୟତରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ବିଷୟ ମୁଁ ଜାଣିନି । କିଛି ଦିନତଳେ ଏହି ଦେଖି ପଞ୍ଚାୟତ ସରପଞ୍ଚ ପଚାରିବାରୁ ସେ ମତେ କିଛି କହିନଥିଲେ ବୋଲି କହିଥିଲେ । ଏହି ଦୋକାନ ନିର୍ମାଣ ହୋଇଥିବା ତଥ୍ୟ କାହାପାଖରେ ଅଛି । ବସ୍ତିଗୁଡା ପଞ୍ଚାୟତର ବାଦପୁର, ତାଣ୍ଡିଗୁଡା, ସୁରେଖମାର ଓ ମାଣିକସାହିରେ ମନରେଗା ଯୋଜନା ରାସ୍ତା ନିର୍ମାଣ କରାଯିବା କାଗଜପତ୍ର ଏବଂ ଫଳକରେ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ବିଲି କରି ହରିଲୁଟୁ କରାଯିବା ଅଭିଯୋଗ ହେଉଛି । ଏହି ଗ୍ରାମ ଗୁଡିକ ସୁଚନା ଫଳରେ କାମ ସରିଯାଇଛି । ଏହି ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତା ଏବଂ ଚେକଡେମ କାମ ଗୁଡିକର ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଯିବା ସହ ଅସଂପୂଣ୍ଣ ହୋଇ ପଢିରହିଥିବା ଦୋକାନ ଘରକୁ ତୁରନ୍ତ ସଂପୂଣ୍ଣ କରାଯିବା ପାଇଁ ଅଞ୍ଚଳବାସୀ ତରଫରୁ ଦାବି ହେଉଛି । ବସ୍ତିଗୁଡା ପଞ୍ଚାୟତରେ କରାଯାଇଥିବା ଉନ୍ନତି ମୂଳକ କାମ ଗୁଡିକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଗଲେ ଏହାର ପ୍ରକୃତ ରହସ୍ୟ ଲୋକଲୋଚକୁ ଆସିପାରନ୍ତା । ଏହି ସମସ୍ତ କାମ ଦୁର୍ନୀତିରେ ବ୍ଳକ ପ୍ରଶାସନ, ଯନ୍ତ୍ରୀ, ପିଇଓ ଏବଂ ଜିଆରଏସ ସଂପୂଣ୍ଣ ଦାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଏହାମଧ୍ୟ କହିଛନ୍ତି ସ୍ଥାନୀୟ ସରପଞ୍ଚ ରିତାନୀ ମଣ୍ଡଳ ଯେଉଁ କାମରେ ତାଙ୍କୁ ମିଳିବ ସେହି କାମ ଗୁଡିକ ଗୁରୁତ୍ବ ଦେଉଥିବା ଅଭିଯୋଗ ହେଉଛି ।
Related Posts

ନବୀନ ପଟ୍ଟନାୟକଙ୍କୁ ବିଜେପିର ନିମନ୍ତ୍ରଣ
ନବୀନ ପଟ୍ଟନାୟକଙ୍କୁ ବିଜେପିର ନିମନ୍ତ୍ରଣ ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି।ନବୀନ ନିବାସ ଯାଇ ନିମନ୍ତ୍ରଣ…

ନା୍ଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ
ନା୍ଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ ଭୁବନେଶ୍ୱର: ଓଡ଼ିଶାରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…

ଗଜପତି ରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ।
ଗଜପତି ରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଇନ ଆଣିବା…