୨ଟି ପୃଥକ ଦୁର୍ଘଟଣା, ତିନି ଗୁରୁତର ଅଳ୍ପକେ ବର୍ତିଲେ ୩୫ ରୁ ଅଧିକ ଯାତ୍ରୀ ଆର,ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଞ୍ଚଳରେ ୨ ଟି ପୃଥକ ଦୁର୍ଘଟଣା ଘଟିଛି l ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି l ଶନିବାର ସକାଳେ ମୋହନା ଥାନା ଲେଡବନ୍ଧ ରେ କାର ସହ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ବିରିକୋଟ ଗାଁର ସାଇରlମ ମହାପାତ୍ର(୨୫) ରଘୁନାଥପୁର ର ରହିତ କୁମାର ନାୟକ (୩୫)ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି l ସେହିପରି ଅଡବା ଥାନା ଦମlଦୁଆ ଗାଁ ନିକଟରେ ଯାତ୍ରୀବାହି ବସ ବିକ୍ରାନ୍ତ କନ୍ଧମାଳ ପଟୁ ବ୍ରହ୍ମପୁର ଆସୁଥିବା ବେଳେ ପିକ ଅପ ଭ୍ୟାନ ଟି ଅଡବା ପଟୁ ପାଣିଗଣ୍ଡା ଯାଉଥିବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି l ଏଥିରେ ପିକ ଅପ ଭ୍ୟାନ ଡ୍ରାଇଭର ଉମାଶଙ୍କର ରଣା (୩୦) ଗୁରୁତର ଆହତ ହୋଇଛନ୍ତି l ତେବେ ବସ ରେ ଥିବା ପ୍ରାୟ ୩୫ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବଡ଼ ଦୁର୍ଘଟଣା ରୁ ରକ୍ଷା ପାଇଛନ୍ତି ଯାତ୍ରୀ ଉଭୟ ଘଟଣାରେ ପୋଲିସ ତଦନ୍ତ କରୁଛି l
Related Posts

ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ।
ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ। ବରଗଡ –…

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ.
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ.. ଗଜପତି(ମନୋଜ କୁମାର ପାଢୀ)-: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀ କରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ…

କୁର୍ତମଗଡ଼ ଗ୍ରାମବାସିଙ୍କ ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳ
କୁର୍ତମଗଡ଼ ଗ୍ରାମବାସିଙ୍କ ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳ, ପ୍ରଶାସନ ଚିର ନିନ୍ଦ୍ରାରେ….? କନ୍ଧମାଳ : 27/05 (ରିପୋର୍ଟ :କୁନା ଦିଗାଲ )କନ୍ଧମାଳ ଜିଲ୍ଲା କୁର୍ତମ ଗଡ଼…