୧୮୯୮ ମସିହାରେ ସ୍ଥାପିତ ପ୍ରାଚୀନ ରେଳ ଇଞ୍ଜିନ୍ ପାରଳାଖେମୁଣ୍ଡିରେ ପହଞ୍ଚିଲା

୧୮୯୮ ମସିହାରେ ସ୍ଥାପିତ ପ୍ରାଚୀନ ରେଳ ଇଞ୍ଜିନ୍ ପାରଳାଖେମୁଣ୍ଡିରେ ପହଞ୍ଚିଲା

ଗଜପତି -: (): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ଆସି ପହଞ୍ଚିଛି ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ୧୮୯୮ ମସିହାର ପୁରାତନ କୀର୍ତ୍ତୀ ପ୍ରାଚୀନ ରେଳ ଇଞ୍ଜିନ. ଲୋକଙ୍କ ଯାତାୟତ ପାଇଁ ପାରଳା ରାଜବଂଶୀୟ ଯେଉଁ ରେଳସେବା ଆରମ୍ଭ କରିଥିଲେ ପ୍ରାୟତଃ ଅଖଣ୍ଡ ଭାରତବର୍ଷରେ କିଛି ହାତଗଣତି ସ୍ଥାନରେ ହିଁ ରେଳ ସେବା ରହିଥ‌ିଲା । ତେବେ ସେହି ସମୟରେ ପ୍ରଥମ କରି ଯେଉଁ ଇଞ୍ଜିନ୍ ରେଳସେବା ଯୋଗାଇ ଆସୁଥୁଲା ତାହା ନେରୋଗେଜ୍ ରେ ଚଳପ୍ରଚଳ କରୁଥିଲା । ଦୀର୍ଘ ବର୍ଷ ଧରି ଏହି ରେଳ ଇଞ୍ଜିନଟି ପୂର୍ବତଟ ରେଳ ଯୋନ୍ ୱାଲଟିୟର ଡିଭିଜନ କାର୍ଯ୍ୟାଳୟ ଠାରେ ଶୋଭାବର୍ଦ୍ଧନ କରୁଥୁଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ ବୁଦ୍ଧିଜୀବୀମାନେ ଫେରାଇ ଆଣିବାପାଇଁ ରେଳମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ । ଏହି ଦାବିକୁ ଯଥାର୍ଥ ବୋଲି ରେଳମନ୍ତ୍ରାଳୟ ହୃଦବୋଧ କରିବା ସହ ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହାକି ଗତକାଲି ବିଳମ୍ବିତ ରାତ୍ରରେ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଉକ୍ତ ଐତିହ୍ୟ ବାର୍ତ୍ତା ବହନ କରୁଥିବା ପାରଳା ରାଜବଂଶର ପ୍ରାଚୀନ ଟ୍ରେନ୍ ଇଞ୍ଜିନଟିକୁ ପାରଳାଖେମୁଣ୍ଡିରେ ପହଞ୍ଚାଇଥିଲେ । ଯାହାକୁ ନେଇ ସମଗ୍ର ଗଜପତି ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ଗଜପତି ଜିଲାରୁ ମନୋଜ କୁମାର ପାଢୀ

Leave a Reply

Your email address will not be published. Required fields are marked *