୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପୋଡିୟମ ମାଙ୍ଗୁ ଓରଫ ଡିଭେଣ୍ଡର(୨୬), ତେଲେଙ୍ଗାନାର ମାଡିଭି ଆଡାଇମ ଓରଫ ଅନୁଷା(୨୩) ଏବଂ ଆନ୍ଧ୍ରପ୍ରଦେଶର କୁଦାମ ସୋମାଲି(୨୨)। ଏହି ତିନି ଜଣ ୨୦୧୮-୧୯ ମସିହାରେ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ।ଏମାନଙ୍କ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *