୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼
ଭୁବନେଶ୍ୱର: ଆଜି ଲୋକ ସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ। ବଜେଟ୍ ରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରାଯାଇଛି।ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ।କ୍ୟାନ୍ସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତା ହେବ।୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ। ଲିଥିଅମ ବ୍ୟାଟେରୀ ଶସ୍ତା ହେବ।୨୦ ହଜାର କୋଟି ଟଙ୍କା ବ୍ୟୟରେ ଛୋଟ ମଡ୍ୟୁଲାର ରିଆକ୍ଟରର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ। ୨୦୩୩ ସୁଦ୍ଧା ଅତି କମରେ ୫ଟି ସ୍ୱଦେଶୀ ଛୋଟ ମଡ୍ୟୁଲାର ରିଆକ୍ଟର କାର୍ଯ୍ୟକ୍ଷମ କରାଯିବ।