ହିଞ୍ଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଯାନବାହାନ ଯାଞ୍ଚ୍ କଡ଼ାକଡ଼ି।ବର୍ତମାନ ପରିସ୍ଥିତିରେ ରାସ୍ତା ଦୁର୍ଘଟଣା ଯୋଗୁଁ ବହୁ ଧନ ଜୀବନ କ୍ଷତି ହେଉଛି। ବିଶେଷକରି ନିଶାସକ୍ତ ଯୁବକ ବେପାରୁଆ ଭାବେ ଗାଡ଼ି ଚାଳନା ଯୋଗୁଁ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଥାନା ପୋଲିସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ହାତକୁ ନେଇ ପ୍ରତ୍ୟେକ ଦିନ ପୋଚିଲିମା ଗାଁ ଛକ ଓ ସହର ଉପକଣ୍ଠ ଖଣ୍ଡରା ଛକରେ ଯାନବାହାନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ବେପାରୁଆ ଗାଡ଼ି ଚାଲକ ମାନଙ୍କୁ ଜରିମାନା ସତର୍କତା କରାଇବା ସହ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକ ମାନଙ୍କର ଜରିମାନା ସହ ଲାଇସେନ୍ସ ରଦ୍ଦ କରିଥିବା ଜଣାପଡ଼ିଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts
ଲରମ୍ଭା କଲେଜରେ ଯୁବରେଡକ୍ରସର ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଲରମ୍ଭା କଲେଜରେ ଯୁବରେଡକ୍ରସର ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ବରଗଡ ୨୪,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା…
ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ
ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ଓ ନଗର…
ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି।
ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି। ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ ହାତାହାତି ହୋଇଥିବା…