ହାତରେ ଲାଗିଛି ସଲାଇଁନ୍ ତଥାପି ରୋଗୀ ସେବା କରୁଛନ୍ତି ଡାକ୍ତର।

ହାତରେ ଲାଗିଛି ସଲାଇଁନ୍ ତଥାପି ରୋଗୀ ସେବା କରୁଛନ୍ତି ଡାକ୍ତର।ଆର,ଉଦୟଗିରି – (ମନୋଜ କୁମାର ପାଢୀ)- ଡାକ୍ତର ହେବ ତ ଏମିତି ହାତରେ ଲାଗିଛି ସାଲାଇନ୍ ହେଲେ ଏଭଳି ପରିସ୍ଥିତି ରେ ମଧ୍ୟ ରୋଗୀ ସେବା କରୁଛନ୍ତି ଡାକ୍ତର l ଇଏ କଉ ଫିଲ୍ମ ର କାଳ୍ପନିକ ଘଟଣା ନୁହଁ lଏ ହେଉଛନ୍ତି ଗଜପତି ଜିଲ୍ଲା ରାମଗିରି ସ୍ଥିତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ l ସ୍ବାସ୍ଥ୍ୟ କେନ୍ଦ୍ରର ଏକମାତ୍ର ଡାକ୍ତର ବ୍ରଜରାଜ କୋରା କର୍ତ୍ତବ୍ୟକୁ ନିଜ ଜୀବନର ବ୍ରତ ପାଳନ କରି ନିଜେ ଅସୁସ୍ଥ ଥାଇ ମଧ୍ୟ ରୋଗୀ ସେବା କରୁଛନ୍ତି l ହାତରେ ଫାର୍ମାସିଷ୍ଟ ଜଣଙ୍କ ସାଲାଇନ ଲଗାଇଛନ୍ତି l ସାଲାଇନ୍ ଲାଗୁଥିବା ଅବସ୍ଥାରେ ସେ ରୋଗୀ ସେବା ଯୋଗାଉଛନ୍ତି l ଟିକେ ବିଶ୍ରାମ ନେବା ବଦଳରେ ରୋଗୀ ସେବା କରୁଛନ୍ତି ସେ l ଯାହାକୁ ନେଇ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ଡାକ୍ତର ବ୍ରଜରାଜ କୋରାଲ ।

Leave a Reply

Your email address will not be published. Required fields are marked *