ହମିରପୁର ଉନ୍ନୟନ ପରିଷଦ ର ପବିତ୍ର ଖ୍ରୀଷ୍ଟମାସ ପାଳନ …..ରାଉରକେଲା: ହମିରପୁର ଉନ୍ନୟନ ପରିଷଦ ତରଫରୁ ସରନାଟୋଲି ଠାରେ ପବିତ୍ର ଖ୍ରୀଷ୍ଟମାସ ଓ ଆସନ୍ତା ନବବର୍ଷ ପାଇଁ ଶୁଭେଚ୍ଛା ଜଣାଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତିତ୍ବ ଓ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟଅତିଥି ଓ ଶିକ୍ଷାବିତ୍ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପବିତ୍ର ଖ୍ରୀଷ୍ଟମାସ ବଡଦିନ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉଭୟ ଅତିଥି ମାନବ ସେବା ହିଁ ମାଧବ ସେବା,ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖି ଘୃଣା ଭାବ ସୃଷ୍ଟି ନକରି ପ୍ରେମର ବାର୍ତ୍ତା ବାଣ୍ଟିବା ପାଇଁ ପରାମର୍ଶ ଦେଇଥିଲେ। ସଭାପତି ଡ଼ଃ ଦତ୍ତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଦେଓନିସ ଲାକ୍ରା ମହମବତୀ ଜଳାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ କୀର୍ତ୍ତିନାଥ ସୋରେଙ୍ଗ ବାଇବେଲ ର ଅଧ୍ୟାୟ ପାଠ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସମାଜସେବୀ ସଞ୍ଜୀବ ମହାନ୍ତି, ବରିଷ୍ଠ ଅଧିକାରୀ ନିଳିମାକାନ୍ତି ବା ଓ ଆଶାକର୍ମୀ ରେବକା ଟପ୍ପୋ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଙ୍ଗାଧର ଦାଶ, ମହେଶ୍ୱର ସାହୁ, ବିଷ୍ଣୁ ଚରଣ ନାୟକ,ସୁରଥ ବାଗ, ଏସ୍ ରାଜୁ, ଭାଗିରଥି ମଲ୍ଲିକ, ଅନିଲ କୁମାର ବାଲଚନ୍ଦନୀ,ସି ଲାକ୍ରା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ସ୍ବାଇଁ, ମହେନ୍ଦ୍ର ପଣ୍ଡିତ, ଚନ୍ଦ୍ର ମଣି ସାହୁ, ରାଜେନ୍ଦ୍ର ଜୟସ୍ବାଲ, କରୁଣାକର ବିଶ୍ବାଳ, ସରୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts

ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ। ଏହାକୁ ନେଇ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।…

ବରଗଡ ରେଲୱେ ଷ୍ଟେସନ ଟିକଟ କାଉଣ୍ଟର ନିକଟରେ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ବୃଦ୍ଧା ଙ୍କୁ ଉଦ୍ଧାର କଲା “ନିଷ୍ଠା ପରିବାର ” ।
ବରଗଡ ରେଲୱେ ଷ୍ଟେସନ ଟିକଟ କାଉଣ୍ଟର ନିକଟରେ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ବୃଦ୍ଧା ଙ୍କୁ ଉଦ୍ଧାର କଲା “ନିଷ୍ଠା ପରିବାର ” ।ବରଗଡ – (ଭବାନୀ…

ମୋହନା ହିଲ-ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ!
ମୋହନା ହିଲ-ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ… ଆର, ଉଦ଼ୟଗିରି ( ମନୋଜ କୁମାର ପାଢୁ)ଗଜପତି ଜିଲ୍ଲା…