ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ
ନୂଆଦିଲ୍ଲୀ: ୭୮ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ଏଥିସହ ଅର୍ଥ, କ୍ରୀଡ଼ା ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାକୁ ପ୍ରଶଂସା କରିଛନ୍ତି।ଏହାବାଦ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଦେଶରେ ପ୍ରଣୟନ କରାଯାଇଥିବା ନୂଆ ଅପରାଧିକ ଆଇନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।