ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସରସ୍ଵତୀ ପୂଜା ହେଲା ନାହିଁଏବିଭିପି ଦ୍ୱାରା ସରସ୍ବତୀ ପୂଜା କରାଗଲା…..
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସରସ୍ଵତୀ ପୂଜା ନ କରାଯିବା ପାଇଁ ନିଷ୍ପତି ହୋଇଥିବା ବେଳେ l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପୂଜା କରିବା ପାଇଁ ନିଷ୍ପତି ନେଇଥିଲେ l ଯାହା ସୂଚନା ରହିଚି ଗତ ବର୍ଷ ଗଣେଶ ପୂଜା ସମୟରେ ବାହାର କଲେଜ ପିଲା ମାନେ ଭିତରକୁ ପ୍ରବେଶ କରି କିଛି ବିଶୃଙ୍ଖଳା ପରିସ୍ଥିତି ସ୍ରୁଷ୍ଟି କରିଥିଲେ l ଫଳ ସ୍ଵରୁପ ଥାନା କୋର୍ଟ କଚେରି ହୋଇଥିଲା l ସେହି ଦୃଷ୍ଟିରୁ ସରସ୍ଵତୀ ପୂଜା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି l ଏହି ଖବର ଜାଣିବା ପରେ ସଙ୍ଗେ ସଙ୍ଗେ ଏବିଭିପି ପୂଜା କରିବା ପାଇଁ ନିଷ୍ପତ୍ତି ନେଇ ଥିଲା ଦିନ ତିନିଟା ପରେ ହେଲେ ମଧ୍ୟ ଏ ବି ଭି ପି ପକ୍ଷରୁ ପୂଜା କରାଯାଇଥିଲା l ଅନ୍ୟ ପକ୍ଷେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗଣେଶ ପୂଜା, ସରସ୍ଵତୀ ପୂଜା ଏବଂ ସମସ୍ତ ଜାତୀୟ ଉତ୍ସବ ପାଳନ କରିବା ପାଇଁ ବାଧ୍ଯତା ମୂଳକ ହୋଇଥିବା ବେଳେ ମହାବିଦ୍ୟାଳୟରେ କାହିଁକି ସମ୍ପୂର୍ଣ୍ଣ ବନ୍ଦ କରାଗଲା ତାହା ନେଇ ଏବିଭିପି ପକ୍ଷରୁ ନିନ୍ଦା କରାଯାଇଛି l ଅମ୍ଳାନ ପଟ୍ଟନାୟକ, ଦିବ୍ୟ ରଞ୍ଜନ ଡାକୁଆଙ୍କ , ରୁଦ୍ର ମାଧବ ମିଶ୍ର , ଶ୍ରୀତମ ପାତ୍ର ଏବଂ ବହୁ ଛାତ୍ରାବାସର ଛାତ୍ର ମାନଙ୍କ ସମେତ ବହୁ ଏବିଭିପି ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିରେ ପୂଜା ପାଳନ କରାଗଲା l