ସ୍ବାମୀ ର ଘର ସାମନାରେ ନିର୍ଯ୍ୟାତିତା ପତ୍ନୀ ଙ୍କ ଧାରଣା।
ଦିଗପହଣ୍ଡି ଥାନା ଅର୍ନ୍ତଗତ ବାସୁଦେବପୁର ଗ୍ରାମର ଶ୍ରୀୟା ରେଡ୍ଡୀ ନାମ୍ନୀ ଜଣେ ମହିଳା ସ୍ବାମୀ ପି ଶିବରାମ ପାତ୍ର ର ଘର ସାମନାରେ ନିଜର ଦୁଇ ବର୍ଷ ର ପୁଅ କୁ ଧରି ଧାରଣାରେ ବସିଛନ୍ତି।ସୁଚନା ମୁତାବକ ଜଣାପଡିଛି ଯେ ଗତ ୭ ବର୍ଷ ପୂର୍ବେ ବାସୁଦେବପୁର ଗ୍ରାମର ଶ୍ରୀୟା ଓ ପି ସୁର୍ଯ୍ୟ ପାତ୍ର ର ପୁଅ ଶିବରାମ ଉଭୟେ ପ୍ରେମ ବିବାହ କରି ଚେନ୍ନାଇ ରେ କାମ କରି ରହୁଥିଲେ ଓ ଉଭୟଙ୍କ ଦୁଇ ବର୍ଷ ର ଗୋଟେ ପୁଅ ଅଛି। କିନ୍ତୁ ଏହି କିଛି ମାସ ହେଲା ଶିବରାମ ସ୍ତ୍ରୀ ଓ ଛୁଆ କୁ ଚେନ୍ନାଇ ରେ ଛାଡି ନିଜ ଗାଁକୁ ପଳି ଆସି ଆଉ ଗଲା ନାହିଁଁ। ଅନ୍ୟପକ୍ଷରେ ଶ୍ରୀୟା କୁ ତୁମେ ମାଁ ପିଲା ଦୁହେଁ ଙ୍କୁ ମୁଁ ରଖିବାର ନାହିଁ ବୋଲି ରୋକ୍ ଠୋକ୍ ଫୋନ ରେ ଜଣାଇବା ପରେ ଶ୍ରୀୟା ଅନ୍ୟ ଉପାୟ ନପାଇ ବ୍ରହ୍ମପୁର ଆସି ନିଜ ଭଉଣୀ କୁ ସମସ୍ତ ବିଷୟ ଜଣାଇବା ପରେ ଭଉଣୀ ଓ ଜ୍ୱାଇଁ ତାକୁ ବ୍ରହ୍ମପୁର ରେଳଷ୍ଟେସନ ରୁ ଆଣି ଏକ ଭଡାଘରେ ରଖିଥିଲେ। ପରବର୍ତ୍ତୀ ସମୟରେ ଗତ ମଙ୍ଗଳବାର ଦିନ ଶ୍ରୀୟା ଦିଗପହଣ୍ଡି ଥାନା ରେ ଅଭିଯୋଗ କରି ଗତକାଲି ଠାରୁ କିଛି ସ୍ବେଛାସେବୀ ସଂଗଠନ ର ମହିଳା ଙ୍କ ସହଯୋଗରେ ସ୍ବାମୀ ଙ୍କ ଘର ସାମନାରେ ଧାରଣା ରେ ବସି ପତ୍ନୀ ର ମାନ୍ୟତା ପାଇଲା ପର୍ଯ୍ୟନ୍ତ ଏଠୁ ଉଠିବାର ନାହିଁ ବୋଲି କହିଛି। ଶ୍ରୀୟାର ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୪୬୫/୨୪ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି!ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!