ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ବୃଦ୍ଧ ଫେରାର।
ହିଞ୍ଜିଳି ଥାନା ଅର୍ନ୍ତଗତ ଶାସନ ଆମ୍ବଗାଁ ର ସଦାନନ୍ଦ ବରଡ ନାମକ ୬୫ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତି ସଙ୍ଗୀତା ପରିଡା ନାମ୍ନୀ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଛି ଓ ମହିଳା ଜଣଙ୍କ ପାଟି କରିବାରୁ ସଦାନନ୍ଦ ବାରିପଟେ ଚାଲିଯାଇଛି। ଅଞ୍ଚଳ ଲୋକଙ୍କୁ ଠାରୁ ପ୍ରକାଶ ଯେ ଅଭିଯୁକ୍ତ ସଦାନନ୍ଦ ସଙ୍ଗୀତାର ବାପା ପିତବାସ ପରିଡ଼ା ର ଭାଗଚାଷୀ ଅଟେ। ଘଟଣା ଦିନ ପିତବାସ ନିଜ ସ୍ତ୍ରୀଙ୍କ ସହିତ ଅନ୍ୟତ୍ର ଚାଲିଯାଇଥିଲେ ଓ ସେହି ସମୟରେ ସଦାନନ୍ଦ ତା ଘରକୁ ଯାଇ ଓଦା ଧାନ ଶୁଖାଇବା ପାଇଁ ସଙ୍ଗୀତା କୁ ଡ଼ାକିଥିଲା। ସଙ୍ଗୀତା ଓ ସଦାନନ୍ଦ ମିଶି ଧାନ ଶୁଖାଇବା କାମ ସାରି ସଙ୍ଗୀତା ଘରକୁ ଯିବା ପରେ ପରେ ସଦାନନ୍ଦ ବଳପୂର୍ବକ ବନ୍ଧୁ ପିତବାସ ଘରକୁ ଯାଇ ଏକୁଟିଆ ସଙ୍ଗୀତା କୁ ପାଇ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ପୀଡ଼ିତା ରା ବାପା ଘରକୁ ଫେରିବା ପରେ ବାପା ବୋଉକୁ ସଙ୍ଗୀତା ସବୁ କଥା କହିଥିଲା ଓ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ସଙ୍ଗୀତା କୁ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ସଦାନନ୍ଦ କୁ ଖୋଜୁଛନ୍ତି।