ସ୍ବର୍ଗତ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ଉଦ୍ଦେଶ୍ୟ ରେ ମହିଳା ସ୍ୱାସ୍ଥ୍ୟ ସଂଘ କର୍ମକର୍ତା ଙ୍କ ସହାୟତା ଓ ଶୋକ ସଭା ଅନୁଷ୍ଟିତ..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ର ସ୍ୱର୍ଗତଃ ନିରୁପମା ମହାପାତ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ଉଦ୍ଦେଶ୍ୟ ରେ ଫୁଲବାଣୀ ସ୍ତିତ ସାଇନ୍ସ ପାର୍କ ଠାରେ ପରାମର୍ଶ ଦାତା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କ ଉପସ୍ତିତ ରେ ଏକ ଶୋକ ସଭା ବୈଠକ ର ଆୟୋଜନ ହେଇଥିଲା l ଉକ୍ତ ବୈଠକ ରେ କନ୍ଧମାଳ ଜିଲ୍ଲା ମହିଳା ସ୍ୱାସ୍ଥ୍ୟ ସଂଘ ତରଫରୁ ସଂଘର ସଭାପତି,ସମ୍ପାଦିକା ଏଵଂ ସଂଘ କର୍ମକର୍ତ୍ତା ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କାର୍ଯ କରୁଥିବା ସମସ୍ତ ମହିଳା ସ୍ବାସ୍ଥ୍ୟ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତଃ ନିରୁପମା ମହାପାତ୍ର ଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରିଥିଲେ l କନ୍ଧମାଳ ଜିଲ୍ଲା ମହିଳା ସ୍ୱାସ୍ଥ୍ୟ ସଂଘ ର ସମସ୍ତ କର୍ମକର୍ତା ଙ୍କ ନିଷ୍ପତି ଅନୁଯାଇ ସ୍ୱର୍ଗତଃ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ପରିବାରକୁ ଭେଟି ଶାନ୍ତ୍ବନା ପ୍ରଦାନ କରିଥିଲେ l ଏହି ମହିଳା ସ୍ଵାସ୍ତ୍ୟ କର୍ମୀ ଜଣଙ୍କ ଦୀର୍ଘ ଦଶବର୍ଷ ହେଲା ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରାଣୀ ପଥର ଆୟୁଷ ମାନ ଆରୋଗ୍ୟ ମନ୍ଦିର ରେ ଅତି ସୁନ୍ଦର୍ ଭାବେ ସରକାର ଙ୍କ ନିର୍ଦେଶ ଅନୁଯାଇ ସୁଚାରୁରୂପେ କାର୍ଯ କରିଆସୁ ଥିଲେ l ଗତ ତା : 17/01/2025 ରିଖ ଦିନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କର୍ମୀ ଜଣଙ୍କ ବ୍ରହ୍ମ ପୁର ମେଡିକାଲ୍ ରେ ଜୈନ୍ କରି ଚିକିତ୍ସା କରାଯାଉଥିଲା l ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହିଁ ତାଙ୍କର ହଠାତ୍ ଦେହାନ୍ତ ହେଇଥିଲା l କନ୍ଧମାଳ ଜିଲ୍ଲା ର ମହିଳା ସ୍ୱାସ୍ଥ୍ୟ ସଂଘ ର ଏଭଳି ମାନବିକତା କୁ ଦେଖି ସ୍ବର୍ଗତ ମହିଳା ସ୍ଵାସ୍ତ୍ୟ କର୍ମୀ ଙ୍କ ପରିବାର ବର୍ଗ ସଂଘ କର୍ମକର୍ତା ଙ୍କୁ ସାଧୁବାଦ ଜଣେଇଥିଲେ l କନ୍ଧମାଳ ଜିଲ୍ଲା ରେ ଆଗାମୀ ଦିନ ମାନଙ୍କରେ ମଧ୍ୟ ଜିଲ୍ଲା ମହିଳା ସ୍ୱାସ୍ଥ୍ୟ ସଂଘ ତରଫରୁ ଏପରି ଦୁଃଖ ବିପଦ ସମୟରେ ସଂଘ କର୍ମକର୍ତା ସହଯୋଗ ର ହାତ ବଢ଼େଇ ପାଇଁ ନିଷ୍ପତି ନିଆଯାଇଛି l