ସ୍ବର୍ଗତ ଓକିଲ ଜସ୍ନାରାଣୀ ଦେବୀ ଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା

ସ୍ବର୍ଗତ ଓକିଲ ଜସ୍ନାରାଣୀ ଦେବୀ ଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ରାୟଗଡ : ଗତ ୧୦-୦୧-୨୦୧୫ ରେ ଓକିଲ ଜସ୍ନାରାଣୀ ଦେବୀ ଜୟପୁର ଠାରେ ମୃତ୍ୟୁ ବରଣ କରିଛନ୍ତି , ସେ ରାୟଗଡା ଓକିଲ ସଂଘର ସଭ୍ୟ ସ୍ବର୍ଗତ ଜସ୍ନାରାଣୀ ଦେବୀ ସେ ରାୟଗଡା ଅଦାଲତ ରେ ନିୟମିତ ରୂପେ କାର୍ଯ୍ୟ କରୁଥିଲେ ଓ ରାୟଗଡା ଓକିଲ ସଂଘର ପୂର୍ବତନ ଉପସଭାପତି ରୂପେ ଥିଲେ , ତାଙ୍କର ମୃତ ଆତ୍ମାର ସଦ୍ଗତି ନିମନ୍ତେ ରାୟଗଡା ଓକିଲ ସଂଘର ସମ୍ମିଳନୀ କକ୍ଷରେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା , ଏହି ନିରବ ପ୍ରାର୍ଥନା ସମୟରେ ରାୟଗଡା ଓକିଲ ସଂଘର ସଭାପତି ପଦ୍ମନାମ ଦାସ ସମ୍ପାଦକ , ବିଶ୍ଵନାଥ ଗନ୍ତାୟତ , CH କୁମଦନ, ବ୍ରଜ ସୁନ୍ଦର ନାୟକ , ରମାକାନ୍ତ ଜେନା , ଉମାକାନ୍ତ ମିଶ୍ର , ଅରୁଣ କୁମାର ଲେଙ୍କା,ମୋନଜ କୁମାର ରଥ ସମେତ ସ୍ମୁତି ଚରଣ କରିଥିଲେ l ରାୟଗଡା ଓକିଲ ସଂଘର ସମସ୍ତ ସଭ୍ୟ ଉପସ୍ଥିତି ଥିଲେ ଏବଂ ସ୍ଥିର ହେଲାକି ରାୟଗଡା ଓକିଲ ସଂଘ ତରଫରୁ ଟ ୫୦,୦୦୦ ମୃତ ଆଇନ ଜୀବି ଙ୍କ ପରିବାର କୁ ଦେବାକୁ ଓ ଆଜି ସନ୍ଧ୍ୟା ରେ ଶ୍ରାଦ୍ଧଳଞ୍ଜଳୀ ପାଇଁ ଦୀପ ପ୍ରଜ୍ଜଳନ ଓକିଲ ପରିସରରେ ଓକିଲ ସଂଘର ସଭାପତି ଶ୍ରୀ ଟୁଟୁ ଦାସ ଅନୁରୋଧ କରିଥିଲେ ବୋଲି ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ

Leave a Reply

Your email address will not be published. Required fields are marked *