ସ୍ନିଗ୍ଧାରାଣୀ ମିଶ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ମହିଳା ଭାବେ ସର୍ବାଧିକ ତାଙ୍କର ୫୦ତମ ରକ୍ତଦାନ କରିଥିଲେ।

ସେବାପକ୍ଷରେ ଲିଭ ଫର ଅଦର୍ସର ରକ୍ତଦାନ ଶିବିର ୫୦ତମ ରକ୍ତଦାନ କଲେ ସ୍ନିଗ୍ଧାରାଣୀ ମିଶ୍ର

ସେମିଳିଗୁଡା.ତାରିଖ ୨୭,୯,୨୦୨୪:ସେମିଳିଗୁଡାସ୍ଥିତ ଗୁଣ୍ଡିଚା କଲ୍ଯାଣ ମଣ୍ଡପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ଅବସରରେ ସେବାପକ୍ଷରେ ଲିଭ ଫର ଅଦର୍ସ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଅଭିନବ ରକ୍ତଦାନ ଶିବିରକୁ ବିଜେପି ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନ ଓ ପଟାଙ୍ଗୀର ଯୁବ ବିଜେପି ନେତା ଚୈତନ୍ଯ ନନ୍ଦିବାଲୀ ମିଳିତ ଭାବରେ ଉଦଘାଟନ କରିଥିଲେ। ଶିବିିରକୁ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ସାଂଗଠନିକ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ,ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ପରିଚାଳନା କରିଥିଲେ।କୋରାପୁଟରୁ ଆସି ଆଇଆରବିର ଦିବ୍ୟାଂଗ କର୍ମଚାରୀ ସୁବାସ ଚନ୍ଦ୍ର ନାୟକ ରକ୍ତଦାନ କରି ଅନ୍ଯ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ସତ୍ଯବ୍ରତ ଓଝା ତାଙ୍କର ୨୫ତମ ରକ୍ତଦାନ କରିଥିଲେ। ବରିଷ୍ଠ ସମାଜସେବୀ,ରକ୍ତଦାତ୍ରୀ ସ୍ନିଗ୍ଧାରାଣୀ ମିଶ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ମହିଳା ଭାବେ ସର୍ବାଧିକ ତାଙ୍କର ୫୦ତମ ରକ୍ତଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ଗୋପାଳ କୃଷ୍ଣ ପ୍ରଧାନ,ବିଶ୍ବ ବନ୍ଦିତା ପାଣିଗ୍ରାହୀ,ମନୋଜ ପାଣିଗ୍ରାହୀ,ପ୍ରମୁଖ ସହଯୋଗ କରିଥିଲେ।ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର,ଦୁର୍ଗାପ୍ରସାଦ ପାତ୍ର, ଶେଖ ଇବ୍ରାହିମ, ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଶିବିରରେ ବର୍ଷା ସତ୍ତ୍ବେ ୩୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ରକ୍ତ ସଂଗ୍ରହ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ଲିଭ ଫର ଅଦର୍ସ ତରଫରୁ ପ୍ରମାଣପତ୍ର ଓ ଶ୍ରଦ୍ଧା ଉପହାର ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *