ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଷ୍ଟେଟ୍ ଗେଷ୍ଟ ହାଉସ୍ ରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବୈଠକରେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ଉପରେ ଦିଆଯାଇଛି ଗୁରୁତ୍ଵ।

ଉଭୟ ଯାତ୍ରା ଓ ସମନ୍ବୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହ ବୈଠକ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପରେ ଭିଡ଼କୁ ଦେଖାଦେଇଛି। ରାଜ ଛୁଟି ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ତେବେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଏକ କମିଟି ଗଠନ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *