ସ୍ଥାନୀୟ ଲୋକ କଳାକାର ଙ୍କ ନାଚ ଗୀତ ଟେ ମୁନିଗୁଡା ବ୍ଲକ ସ୍ତରୀୟ ଚଇତିର ମଣ୍ଡପ ଦୁଲିକିଲା
ରାୟଗଡା : ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ବ୍ଲକ ସ୍ତରୀୟ ଚଇତି 2024 ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବାର ଏହା ଏଜ ସୁନ୍ଦର ବାସ୍ତବିକ ପ୍ରୟାସ । ବସନ୍ତ ପବନ ର ମଳୟରେ ଶିହରୀ ଉଠିଥିଲା lଉଠିଥିଲା ଚଇତି ମଣ୍ଡପ ।ଏହି ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧବ ହିକକାଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ପଂଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକା, ଉପାଧ୍ୟକ୍ଷ ଆଦର୍ଶ କୌଶଲ୍ୟା, ବିଜେପିର କୃଷକ ମୋର୍ଚ୍ଚା ର କାଲିରମ ମାଝୀ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ରାମଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟା ମାଧବୀ କାନ୍ଧପାଣି, ତହସିଲଦାର ଏମ ଅନୁରାଧା ପୋଲିସ ଏସ୍ଡ଼ିପିଓ ସନ୍ତୋଷିନୀ ଓରାମ, ବିଜେପି ନେତା ରାମଚନ୍ଦ୍ର ବେହେରା, ବିଜେଡି ନେତା ରତ୍ନଲାଲ ଜୈନ,ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍କୁଲ ର ଛାତ୍ର ଛାତ୍ରୀ, ସ୍ଥାନୀୟ ଅଂଚଳ ରୁ ଆସିଥିବା କଳାକାର ଙ୍କ ସାଂସ୍କୃତିକ କାର୍ୟ୍ୟକ୍ରମ ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ଓ ମନମୁଗ୍ଧ ହୋଇଥିଲା । ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକର ଲାଗିଥିବା ଷ୍ଟଲ ଗୁଡିକ ପଶୁ ସମ୍ପଦ ଶିଶୁ ବିକାଶ, ମିଶନ ଶକ୍ତି,ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି, ବ୍ଲକ ମଙ୍ଗଳ ଶିକ୍ଷା ବିଭାଗ, ସ୍ଥାନୀୟ ବେସରକାରୀ ସ୍କୁଲ ର ଷ୍ଟଲ ପ୍ରଦର୍ଶନୀ କରାଯାଇଥିଲା l ପାଇଁ ମୁନିଗୁଡା ଚଇତି ଉତ୍ସବ ଆହୁରି ଆକର୍ଷଣୀୟ ହୋଇଥିଲା । ସେହି ଭଳି ଆଜି ସକାଳୁ ୭.୩୦ରୁ ଏକ ମାରାଥନ ଦୌଡ ସହିତ, ମାଆ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଚଇତି ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ୟେକ ନୃତ୍ୟ ଗୀତରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ, ଆଗକୁ କଳା ଓ ସଂସ୍କୃତିକୁ ବଞ୍ଚାଇବାର ପ୍ରୟାସରେ ମୁନିଗୁଡା ବ୍ଲକ ପ୍ରଶାସନ ଏକ ଭୂମିକା ତୁଳାଇବାରେ ଏକ ପ୍ରକାର ସକ୍ଷମ ହୋଇ ଭୁରି ଭୁରି ପ୍ରଶଂସା ସାଉଁଟି ପାରିଛି । ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଟି ମୁନିଗୁଡା ର ନବ ନିଯୁକ୍ତ ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତି ଓ ବ୍ଲକ ସହକାରୀ ଯନ୍ତ୍ରୀ ଐଶ୍ୱର୍ଯ୍ୟ ଭଞ୍ଜଦେଓ ଙ୍କ ମିଳିତ ସଂଯୋଜନା ରେ ହୋଇଥିଲା l ଉତ୍ତମ କୁମାର ଦାସ ଓ ଅଜିତ ନାଗ ମଞ୍ଚ ପରିଚାଳନା କରିଥିଲେ l ଶାନ୍ତୁଶୃଙ୍ଖଳା ରକ୍ଷା ନିମନ୍ତେ ମୁନିଗୁଡା ପୋଲିସ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ