ସେମିଳିଗୁଡା ସ୍ଥିତ ବିଲେଇଗୁଡା ସଭା ଗୃହ ଠାରେ ସମ୍ବର୍ଦ୍ଧନା ସଭା ଗାଦବା ସମାଜ ବିକାଶ ପରିଷଦ କୋରାପୁଟ ଦ୍ଵାରା ଆୟୋଜନ କରାଯାଇଥିଲା।#ନମ୍ରିତା ଇଡିଙ୍ଗ ରାଜ୍ୟ ସ୍ତରୀୟ ୧୫ ବର୍ଷ ରୁ କମ୍ ବାଳିକା କ୍ରିକେଟ ଦଳରେ ମନୋନୀତ ହୋଇଛନ୍ତି।#ସମାରି ହଞ୍ଜରିଆ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ ଓ ରାଜ୍ୟ କ୍ରୀଡ଼ା ସଙ୍ଘ ଦ୍ଵାରା ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ରେ ୭୦ ତମ ଓଡ଼ିଶା ରାଜ୍ୟ ସିନିୟର୍ କ୍ରୀଡା ପ୍ରତିଯୋଗିତା ରେ ଭାଗନେଇ ଜାଭେଲିନ୍ ଥ୍ରୋ ରେ ୩୨.୯୨ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଆଜି ଏହି ଶୁଭ ମୁହୂତ୍ଵରେ ଆପଣଙ୍କୁ ସମ୍ବର୍ଦ୍ଧନା ଅବସରରେ ‘ ଗାଦବା ସମାଜ ବିକାଶ ପରିଷଦ, କୋରାପୁଟ’ ଗର୍ବିତ ଏବଂ ଏହି ମାନପତ୍ର ପ୍ରଦାନ ପୂର୍ବକ ଆପଣମାନଙ୍କୁ ମଙ୍ଗଳ କାମନା କରି ଆମେ ନିଜକୁ ଧନ୍ୟ ମନେକରୁଅଛୁ । ଆପଣ ଦୁଇଙ୍କ ଉଜ୍ବଳମୟ ଭବିଷ୍ୟତ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଅଛୁ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଝାଲିଆ ପାମିଆ ( ଜିଲ୍ଲା ସଭାପତି )ଶ୍ରୀ ଶେଖର ଇଡିଙ୍ଗ ( ପୂର୍ବତନ ସରପଂଚ )ଶ୍ରୀ ସନିଆ ହଞ୍ଜରିଆ ( ଆଞ୍ଚଳିକ ଗାଦବା ସମାଜ ,ସଭାପତି ) ଏବଂ ଗାଦବା ସମାଜର ଅନ୍ୟ ସଦସ୍ୟ / ସଦସ୍ୟା ଉପସ୍ଥିତ ଥିଲେ।

