ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ। ସେମିଳିଗୁଡାସ୍ଥିତ ସମ୍ବାଦ ସାହିତ୍ଯ ଘର ତରଫରୁ ଆମ ଓଡିଶା ଆନୁକୁଲ୍ୟରେ ନିଶା ନିବାରଣ ବ୍ରତ ପାଳନ ଓ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଛି। ସେମିଳିଗୁଡା ଲାୟନ୍ସ କ୍ଲବ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଂବାଦ ସାହିତ୍ଯ ଘରର ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସଭା ପରିଚାଳନା କରି ନିଶାର ଅପକାରିତା ବିଷୟରେ କହିଥିଲେ। ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରି ସଭାର ଉଦଘାଟନ କରିଥିଲେ।ସାହିତ୍ଯ ଘର ସଭାପତି ଡକ୍ଟର ଅଶୋକ ମହାନ୍ତି ନିଶା ନିବାରଣ ଓ ରାକ୍ଷୀର ମହତ୍ତ୍ବ ବର୍ଣ୍ଣନା କରିଥିଲେ।ସାହିତ୍ଯ ଘର ସଂଯୋଜକ ଅଲେଖ ଚନ୍ଦ୍ର ଦାସ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ।ଉପସ୍ଥିତ ସମସ୍ତ ଭାଇ ଭଉଣୀଙ୍କୁ ସ୍ନିଗ୍ଧା ମିଶ୍ର ନିଶା ନିବାରଣ ଶପଥପାଠ କରାଇଥିଲେ।ଅନ୍ୟମାନଙ୍କ ମଧ୍ଯରେ ସୁନାବେଡା ପୌରପରିଷଦର ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ପଟାଙ୍ଗୀର ବିଧାୟକ ପ୍ରାର୍ଥୀ ତଥା ଯୁବ ଆଦିବାସୀ ନେତା ଚୈତନ୍ଯ ନନ୍ଦିବାଲୀ,ରାଜୀବ ନାୟକ, ଶାନ୍ତନୁ ସାମଲ,ଅନିରୁଦ୍ଧ ଜେନା, ବସନ୍ତ ସାହୁ,ଟୁଟୁ,ସରସ୍ବତୀ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ଯ ଓ ଗୁରୁମା,ଛାତ୍ର ଛାତ୍ରୀ ଜନସାଧାରଣ ଯୋଗ ଦେଇଥିଲେ।ସମସ୍ତଙ୍କୁ ଭଉଣୀମାନେ ରାକ୍ଷୀ ବାନ୍ଧିଥିଲେ ଓ ଚକୋଲୋଟ ବଣ୍ଟନ କରାଯାଇଥିଲା। ଆମ୍ବେଦକର ଓଡିଶା ଓ ସମ୍ବାଦ ସାହିତ୍ଯ ଘରର ଏହି କାର୍ଯ୍ୟକ୍ରମକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।
Related Posts
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ, ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ, ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ…
ଅକ୍ସିଜେନ ମେନ୍ ଆଶିଷ ଜ୍ୟୋତିଷ
ବରଗଡ଼:ଅକ୍ସିଜେନ ମେନ୍ ଆଶିଷ ଜ୍ୟୋତିଷ ପ୍ରଦୂଷଣର ଅବସ୍ଥା ଏବଂ ଅନ୍ୟାନ୍ୟ ପରିବେଶ ସମସ୍ୟା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଜନସାଧାରଣଙ୍କ ପାଇଁ ଆଶିଷ ଜ୍ୟୋତିଷଙ୍କର ଗୋଟିଏ…
ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଛି।
ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଛି। ବରଗଡ ୯, ୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଜାତୀୟ ସମର…