ସେମିଳିଗୁଡାର ବିଭିନ୍ନ ସ୍ଥାନରେ ରଂଗର ପର୍ବ ହୋଲି ପାଳିତ। ସେମିଳିଗୁଡା.ତାରିଖ ୧୫,୩,୨୦୨୫:ସେମିଳିଗୁଡାର ବିଭିନ୍ନ ସ୍ଥାନରେ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହିତ ରଂଗର ପର୍ବ ହୋଲି ପାଳିତ ହୋଇ ଯାଇଛି। ବସଷ୍ଟାଣ୍ଡରେ ବିଜେପି,ଶିବଶକ୍ତି ବଣିକ ସଂଘ ମିଳିତ ଭାବରେ ହୋଲିର ଆୟୋଜନ କରିଥିଲେ। ଏଥିରେ ହର୍ଷ ଓ ଉଲ୍ଲାସର ସହ ସେମିଳିଗୁଡାବାସୀ ଯୋଗ ଦେଇ ଥିଲେ।କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଏଠାରେ ପହଂଚି ସମସ୍ତଙ୍କ ସହ ହୋଲି ଖେଳି ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ।ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ଓ ବିଧାୟକ ପ୍ରତିନିଧି ସୁମନ୍ତ ପ୍ରଧାନ ଉପସ୍ଥିତ ଥିଲେ। ବସଷ୍ଟାଣ୍ଡରେ ସାୱାର ବାଥପାଇଁ ବ୍ୟବସ୍ଥା କରାଯାଇଥିଲା,ଯାହାର ମଜା ଯୁବପିଢି ଉଠାଇ ଥିଲେ।ଏହାପରେ ବିଧାୟକ ଶ୍ରୀ ମାଛ ସତ୍ଯ ନଗର ବିକାଶ ପରିଷଦର ମହିଳା ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ସେଠାରେ ଆୟୋଜିତ ହୋଲି ଉସ୍ଚବରେ ଯୋଗ ଦେଇଥିଲେ। ସେଠାରେ ପରିଷଦର ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ବିଧାୟକଙ୍କୁ ସ୍ବାଗତ କରିଥିଲେ। ପଟାଙ୍ଗୀର ବିଧାୟକ ପ୍ରାର୍ଥୀ ଚୈତନ୍ଯ ନନ୍ଦିବାଲୀ ମଧ୍ଯ ଉପସ୍ଥିତ ଥିଲେ। ମାଳିି ପର୍ବତ ସୁରକ୍ଷା ସମିତିର ସଭାପତି ବିଜୟ ଖିଲ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ଯରେ ଗଣେଶ ପାଣିଗ୍ରାହୀ,ସ୍ବରାଜ ରାୟ,ଅଜୟ ଗୋଏଲ, ରତ୍ନାକର ଚୌଧୁରୀ,ଦିଲିପ ପ୍ରମୁଖ ଉପସ୍ଥିତ ଥିଲେ। ଇସକନ ମନ୍ଦିର ତରଫରୁ ମଧ୍ଯ ହୋଲି ଉସ୍ଚବ ଆୟୋଜିତ ହୋଇଥିଲା।ଅନ୍ଯାନ୍ଯ ସାହି,ନଗରରେ ବହୁ ଆନନ୍ଦରେ ହୋଲି ପର୍ବ ପାଳନ ହୋଇଥିଲା
Related Posts

ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।
ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଖଜୁରୀପଦା ଠାରେ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ…

କାଜୁ ବାଡ଼ର ନିଆଁକୁ ଲିଭାଇବା ପାଇଁ ଯାଇ ଜଳିଗଲେ ବୃଦ୍ଧ
କାଜୁ ବାଡ଼ର ନିଆଁକୁ ଲିଭାଇବା ପାଇଁ ଯାଇ ଜଳିଗଲେ ବୃଦ୍ଧଆର,ଉଦୟଗିରି (ମନୋଜ କୁମାର ପାଢୀ/୬/୫/):ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ରାୟଗଡ଼ ତହସିଲର ବୋଲଡାଗୁମା ଗ୍ରାମରେ କାଜୁବାଡ଼ରେ…

ଭ୍ୟାନ୍ ଓଲଟି ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ, ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ସହାୟତା ରାଶି ଘୋଷଣା
ଭ୍ୟାନ୍ ଓଲଟି ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ, ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ସହାୟତା ରାଶି ଘୋଷଣା କଟକ: କଟକ…