ସେବl ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ

ସେବl ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ

କନ୍ଧମାଳ : – (ରିପୋର୍ଟ କୁନା ଦିଗାଲ )ସେବା ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ରେ ସାଧାରଣ ତନ୍ତ୍ର ଦିବସ ମହାଡମ୍ବର ସହକାରେ ପାଳିତ ହୋଇଛି l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଗୁମା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଞ୍ଜୁ ମଲିକ, ସଞ୍ଜୟ କୁମାର ମାଝୀ ସଭାପତି, ମଦନ ପରାସେଠ ସମ୍ପାଦକ, ଭୀମରାଜ ବଡ଼ନାୟକ କୋଷାଧକ୍ଷ, ପୂର୍ଣ୍ଣ ଚନ୍ଦ୍ର ଅମରସେଠ ଉପ ସଭାପତି, କାହ୍ନୁ ଚରଣ ପାତ୍ର ସହ ସମ୍ପାଦକ, ସଚିନ୍ଦ୍ର ପରାସେଠ ଉପ କୋଷାଧକ୍ଷ ବୀରେନ୍ଦ୍ର ଜାନି, ଗିରିଧାରୀ ପରାସେଠ, ମଳୟରଞ୍ଜନ ପରାସେଠ, ଜଗନ୍ନାଥ ନାୟକ ରାଜେଶ ପୂଜାରୀ, ଦେବେନ୍ଦ୍ର ଜାନି, ପରମାନନ୍ଦ ବିଶିମାଝି,ଉତ୍କଳ କେଶରୀ ମାଝୀ, ରାମଚନ୍ଦ୍ର ମାଝୀ, ମାନସ ଜାନି,ବିଭୁତି ନାୟକ,ପାନୁଏଲ ମଝିଆସେଠ , ଅମିତ ପରାସେଠ ସମସ୍ତ ସଦସ୍ୟଓ ସ୍କୁଲ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ସଭାପତି ସଞ୍ଜୟ କୁମାର ମାଝୀ ବକ୍ତବ୍ୟ ରଖିଲେ ଯେ ଗାଁର ବିକାଶ ହେଲେ ସମଗ୍ର ଭାରତର ବିକାଶ ହୋଇପାରିବ I ସେ ଦିଗରେ ସଭିଏଁ ସକଳ୍ପ ନେବା ଓ ଏକଜୁଟ ହୋଇ ଜାତି, ଧର୍ମ, ଦଳ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚିଵ I ଗାଁ ର ମାନଚିତ୍ର ବଦଳିଲେ ଗରିବ, ଖଟିଖିଆ, ଚାଷୀର ମଧ୍ୟ ସ୍ଵଭାଵ, ଆଚାର ବ୍ୟବହାର ବଦଳିବା ସଙ୍ଗେ ଲୋକେ ରୋଜଗାର କ୍ଷମ ହୋଇପାରିବେ I ଏହା ଦ୍ୱାରା ସମାଜରେ ଆମ୍ଭେ ଗ୍ରହଣୀୟ ହୋଇ ସେବା ସମର୍ପଣ ସାଂସ୍କୃତିକ ପରିଷଦର ଲକ୍ଷ୍ୟ ସାଧିତ ହୋଇ ପାରିବ l ଏହିପରି ବହୁମୂଲ୍ୟ ଅଭିଭାଷଣ ଦେଇ ଲୋକଙ୍କୁ ଆକର୍ଷିତ କରିଥିଲେ I ଏହାପରେ ଜଳ, ଜମି, ଜଙ୍ଗଲ, ଜୀବିକା ସରଂକ୍ଷଣ ଦିଗରେ ସମସ୍ତେ ନିଜ ନିଜର ଅବିଭାଷଣ ରଖିଲେ l ଶେଷରେ ମିଷ୍ଠାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା I

Leave a Reply

Your email address will not be published. Required fields are marked *