ଆଜି ସ୍ଥାନୀୟ ସ୍ଵେଚ୍ଛା ସେବୀ ସଂଘଟନ ସେବକ ଦଳ ଓ ବସୁନ୍ଧରା ଇନଫରର୍ମେସନ ମିଡ଼ିଆ ଦ୍ଵାରା ସ୍ଥାନୀୟ ଜଗନ୍ନାଥ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଏଠାରେ କାର୍ଯ୍ୟକ୍ରମ ରେଯୋଗ ଦେଇ ପିଲାମାନଙ୍କୁ ସମ୍ବୋଧିତ କରିବା ସହିତ ପ୍ରତିଟି ଗଛକୁ ଲଗାଇ ତାହାର କେମିତି ଯତ୍ନ ନିଆଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ପାଇଁ ଗଛ କାର୍ଯକ୍ରମ କୁ ଘରେ ଘରେ ପହଞ୍ଚି ପାରିବ ସେଥି ପାଇଁ ଆହ୍ବାନ ଦେଇଥିଲେ। ପରେ ଶ୍ରୀ ମାଛ ପିଲାମାନଙ୍କ ସହିତ ମିଶି ବୃକ୍ଷ ରୋପଣ କରିବ ସହିତ ପିଲାମାନଙ୍କ ସହିତ କଥା ହେଇଥିଲେ କିପରି ଗଛ ଲଗାଇ ତାହାର ଯତ୍ନ ନେଇ ହେବ। ସେମିଳିଗୁଡା ଫରେଷ୍ଟ ଅଫିସର ଆସି ବୃକ୍ଷ ରୋପଣ କରିବା ସମୟରେ କେଉଁ ସବୁ ଜିନିଷ କୁ ଧ୍ୟାନ ଦେବା ଉଚିତ ସେ ସବୁ ବିଷୟ ରେ ପିଲାମାନଙ୍କୁ ବୁଝାଇ ଥିଲେ।କାର୍ଯକ୍ରମ ରେ ଇନ୍ଫମେସନ ମିଡିଆ ମୁଖ୍ୟ ଶ୍ରୀ ନନ୍ଦକିଶୋର ତଥା ସେବକ ଦଳ ର କର୍ମକର୍ତ୍ତା ଶ୍ରୀ ଅଖିଳ ମଣ୍ଡଳ, ତ୍ରିଲୋଚନ ବେହେରା , ସାଇମନ, ଗୌରିଶଙ୍କର ଓଝା ସୁଜିତ୍ ପଣ୍ଡା। ଉଜ୍ବଳ ମଣ୍ଡଳ ରବୀନ୍ଦ୍ର ଡାକୁଆ ରମେଶ ସାହୁ ତଥା ବିଜେପି କାର୍ଯ୍ୟକର୍ତ୍ତା ମନୋଜ ସାହାଣୀ ଆଦି ସହଯୋଗ କରିଥିଲେ। ସ୍ଥାନୀୟ ମହିଳା ମହା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ର ପିଲା ମାନେ ଆସି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ ପାଇଁ ବସୁନ୍ଧରା ତରଫରୁ ଶ୍ରୀ ଚନ୍ଦନ ପ୍ରାସାଦ, ପ୍ରଦୀପ ଆଚାର୍ଯ୍ୟ ଓ ସହଯୋଗ କରିଥିଲେ।