ସେପ୍ଟେମ୍ବରରେ ମାସରେ ରାଜ୍ୟ ସ୍ତରୀୟ ରଗବି ଫୁଟବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ
(ରିପୋର୍ଟର କୁନା ଦିଗାଲ)କନ୍ଧମାଳ -5/08କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟ ସ୍ତରୀୟ ରଗବି ଫୂଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ କ୍ରୀଡ଼ାବିତ, ବୁଦ୍ଧିଜୀବୀ, ଓ କ୍ରୀଡ଼ାପ୍ରେମୀ ଙ୍କୁ ନେଇ କ୍ରୀଡ଼ା ଉପରେ ଆଲୋକପାତ ହୋଇଥିଲା l ଏହି ବୈଠକ ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ, ତଥା ଆସର୍ଟ ସମ୍ପାଦକ ମହମଦ ଜିଆ ଉଦିନ, ଅବସର ପ୍ରାପ୍ତ କାମାଣ୍ଡାଣ୍ଟ ତଥା ବୁଦ୍ଧିଜୀବୀ ନବୀନ କିଶୋର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲାରେ ରଗବି ଫୁଟବଲ ର ପ୍ରଚାର ପ୍ରସାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହ ରେ ଫୁଲବାଣୀ ଠାରେ ଜି. ଉଦୟଗିରିର ଆସର୍ଟ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ରେ ୧୨ ବର୍ଷରୂ କମ ରାଜ୍ୟ ସ୍ତରୀୟ ରଗବି ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ ମତ ରଖିଥିଲେ lଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କହଁର, ସନ୍ତୋଷ ଦିଗାଲ, ଅଶୋକ ମହାନ୍ତି,ସନାତନ ପ୍ରଧାନ, ରଗବି ଖେଳାଳି ଅର୍ଚିତା ପ୍ରଧାନ, ଶର୍ମିଲା ପ୍ରଧାନ, ଉଥପ ପ୍ରଧାନ ସଂଗୀତଜ୍ଞ ତଥା ସିନେ ଅଭିନେତା ଜଳନ୍ଧର କହଁର, ରଂଜିତ ଦିଗାଲ, ଅମୀୟ ନାୟକ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ବ୍ୟକ୍ତ କରିବା ସହ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ଗଠନ ପାଇଁ ଏକ କମିଟି ଗଠନ ପାଇଁ ମତ ଦେଇ ଥିଲେ lଜିଲ୍ଲା ଆୟୋଜକ କମିଟି ର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକ,ଉପସଭାପତି ବରିଷ୍ଠ ସାମ୍ବାଦିକ ତଥା ପିପୁଲସ ଫୋରମ ସଭାପତି ରାଧା ମୋହନ ମହାପାତ୍ର,ସିନେ ଆର୍ଟିଷ୍ଟ ତଥା କ୍ରୀଡ଼ାପ୍ରେମୀ ଜଳ ନ୍ଧର ବେହେରା, ସାଧାରଣ ସମ୍ପାଦକ ତଥା ଆବାହକ ମହମଦ ଜିଆ ଉଦିନ, ସହ ସମ୍ପାଦକ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ଯୁବ ଆଦିବାସୀ ନେତା ସମୀର ଘଟlଲ, ସଂଗଠନ ସମ୍ପାଦକ ଭାବେ ସାମ୍ବାଦିକ ରଂଜିତ ଡିଗାଲ ମନୋନୀତ ହୋଇଛନ୍ତି lସେହିପରି ଉପଦେଷ୍ଟା ଭାବେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ ପଣ୍ଡା, ରୋଟାରୀଆନ ଜ୍ଞାନ ରଞ୍ଜନ ଦୋରା, ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ାବିତ ନାରାୟଣସlହୁ, କ୍ରୀଡ଼ାବିତ ତଥା ସହର ବଣିକ ସଙ୍ଘ ସଭାପତି ଅଶୋକ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି l ସଭାପତି ସୁନିଲ ପଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାସହ ଟୁର୍ନାମେଣ୍ଟ ର ସଫଳତା କାମନା କରିଥିଲେ l ସହସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ lଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ, କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ l