ସେଞ୍ଚୁରିଆନ ୟୁନିଭରସିଟି ପକ୍ଷରୁ ଜାତୀୟ ଫାର୍ମାସି ସପ୍ତାହ ପାଳନ ସହିତ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ, ୪୫ ୟୁନିଟ ରକ୍ତ ସଂଗୃହିତ ।ରାୟଗଡା : ରାୟଗଡା ସେଞ୍ଚୁରିଆନ ୟୁନିଭରସିଟି ପକ୍ଷରୁ ଜାତୀୟ ଫାର୍ମାସି ସପ୍ତାହ ପାଳନ ଅବସରରେ ସଦରମହକୁମା ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୪୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଡଃ ଭି.ଏଲ.ଏନ ରାଜୁ ଉଦଘାଟନ କରିଥିଲେ । ରାୟଗଡା ରକ୍ତ ଭଣ୍ଡାରର ଡାକ୍ତର ଗୌତମ ପଟନାୟକ, ସରୋଜକାନ୍ତ ଆଚାର୍ଯ୍ୟ, ବି. କିଶୋର କୁମାର, ଉମାକାନ୍ତ ମିଶ୍ର, ଶଙ୍କର ତାଡଙ୍ଗି ଓ ଶିବାଜୀ ବିଶୋୟି ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ୟୁନିଭରସିଟିର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଫାର୍ମାସି ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡମ୍ବରୁଧର ପଣ୍ଡା, ସେଞ୍ଚୁରିଆନ ଫାର୍ମାସି କଲେଜର ଅଧ୍ୟକ୍ଷ ଡଃ ଚନ୍ଦ୍ର ଶେଖର ପାତ୍ର, ନର୍ସିଙ୍ଗ କଲେଜର ଅଧ୍ୟକ୍ଷା କେ. ଉର୍ମିଳା, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ମାହାନ୍ତି, ସେଞ୍ଚୁରିଆନ ୟୁନିଭରସିଟିର ଲୋକ ସଂପର୍କ ଅଧିକାରୀ ତୁଷାର ରଞ୍ଜନ ସାହୁ, ଅଧ୍ୟାପିକା ଡଃ ଦୀପାଙ୍କର ରଥ, ଡଃ ଏଲ.ଆଲେଖ କୁମାର, ଭାରତ ଭୂଷଣ ସାହୁ , ରୂପ ରଞ୍ଜନ ରଥ, କାମିନୀ ସେଠୀ, କବିତା ହିମିରିକା, ୱାଇ.ଭି.ଭି. ଯୋଗେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ .. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡ଼ିଶା ସାଂସଦ!
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡ଼ିଶା ସାଂସଦ। ଆଜି ସଂସଦ ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ସମସ୍ତ ୨୦ ବିଜେପି ଲୋକସଭା ଓ ଜଣେ…

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୨୦ରୁ ଅଧିକ ଆହତ
ଭୟଙ୍କର ସଡ଼କ ଦୁର୍ଘଟଣା, ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୨୦ରୁ ଅଧିକ ଆହତ କନ୍ଧମାଳ: ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବା ବେଳେ ଏକଘରୋଇ ବସ୍ ଭାରସ୍ୟାମ ହରାଇ…