ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ।ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଯୋଗେ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତଯୋଗିତା କାର୍ଯ୍ୟକ୍ରମକୁ ସମାପ୍ତ ଘଷଣ କରିଥିଲେ। ସେହିପରି ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା, ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷ୍ୟା ଅଧିକାରୀ ଶତ୍ରୁଘ୍ନ ମଲ୍ଲିକ, ଜିଲ୍ଲା ପାଠାଗାର ଅଧିକାରୀ ଡମ୍ବରୁଧର ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ। ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷ୍ୟା ଅଧିକାରୀ ଶତ୍ରୁଘ୍ନ ମଲ୍ଲିକ ନିଜ ଅଭଭାଷଣରେ ଦୈନନ୍ଦିନ ଜୀବନରେ କ୍ରୀଡ଼ାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ରୀଡ଼ାର ସମସ୍ତ ନିୟମକୁ ତଦାରଖ କରିବା ନିମନ୍ତେ ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷ୍ୟା ଅଧିକାରୀ ଶତ୍ରୁଘ୍ନ ମଲ୍ଲିକଙ୍କୁ ପିଟି ଭାବେ ନିୟୋଜିତ କରାଯାଇଥିଲା। ସର୍ବ ଶେଷରେ ଅଧ୍ୟାପକ ଡ଼ଃ ଗୋପାଳକୃଷ୍ଣ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଡାକ୍ତରଖାନା ଅବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲେ ଜିଲ୍ଲାପାଳ
ଡାକ୍ତରଖାନା ଅବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲେ ଜିଲ୍ଲାପାଳ ଗଜପତି (ମନୋଜ ପାଢୀ):ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା…

ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ
ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ଗଞ୍ଜାମ :- (ରିପୋର୍ଟ କୁନା ଦିଗାଲ )ହିଞ୍ଜିଳିକାଟୁ,ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଦୀପ…

ବ୍ରହ୍ମପୁର ମେୟର ଙ୍କୁ ହତ୍ୟା ଧମକ, ଟାଉନ ଥାନା ରେ ଏତଲା।
ବ୍ରହ୍ମପୁର ମେୟର ଙ୍କୁ ହତ୍ୟା ଧମକ, ଟାଉନ ଥାନା ରେ ଏତଲା। ବ୍ରହ୍ମପୁର:ରେଶମ ନଗରୀ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ ଙ୍କୁ ଫୋନ ଜରିଆରେ…