ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ଠାରେ ଭେଡେନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ୨୦୨୪ ଅନୁଷ୍ଠିତ ହୋଇଯାଇଛି।
ବରଗଡ- ୨୦,୧୦(ଭବାନୀ ଶଙ୍କର ପାଢ଼ୀ ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ୨୦୨୪ ର ପ୍ରଥମ ଅଧିବେଶନ ରେ ଅତିଥି ମାନେ ପ୍ରଥମେ ମାଁ ସମଲେଶ୍ଵରୀ ଓ ଜଗନ୍ନାଥଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ । ଏହି ସମୟରେ ଭେଡେନ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ଠାରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଛିଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ସମଗ୍ର ଶିକ୍ଷା, ର ଶ୍ରୀଯୁକ୍ତ ଜ୍ୟୋତି କାନ୍ତ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସୁରଭି କାର୍ଯ୍ୟକ୍ରମକୁ ଉଦଘାଟନ କରି ଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏ .ବି. ଇ. ଓ. ତଥା ବି.ଆର୍. ସି.ସି. ଶ୍ରୀମତୀ ହେମବତୀ ମେହେର, ଏ. ବି. ଇ.ଓ. ଅଭିମନ୍ୟୁ ଭୋଇ, ଋଷୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁ ଓ ଭେଡେନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ମଞ୍ଚlସିନ ଥିଲେ l ଦ୍ଵିତୀୟ ଅଧିବେଶନରେ ପ୍ରଥମେ ବରେଣ୍ୟ ଅତିଥି ମାନଙ୍କୁ ଛାତ୍ରୀ ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ,ସମଗ୍ର ଶିକ୍ଷା ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀଙ ମଚ୍ଛିନ୍ଦ୍ର ମଲ୍ଲିକ, ଏ. ବି. ଇ.ଓ.କମ୍ ବି.ଆର୍. ସି.ସି. ହେମବତୀ ମେହେର, ଏ. ବି. ଇ .ଓ. ଅଭିମନ୍ୟୁ ଭୋଇ, ଅତାବିରା ବ୍ଲକ ର ଏ.ବି. ଇ. ଓ. କାର୍ତ୍ତିକ ବାଗ,ଭେଡେନ ନାଗରିକ କମିଟି ସଭାପତି ସ୍ଵାଧୀନ ରଥ ଓ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ମଞ୍ଚlସିନ ଥିଲେ l ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ଗଣ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ବରଗଡ ଜିଲ୍ଲା ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଉତ୍ସବରେ ବିଚାରକ ଭାବେ ରଶ୍ମିରାଣୀ ନଂଦ, ଗୋପିକା ସେଠ ଓ ଜଗନ୍ନାଥ ପ୍ରଧାନ। ମଂଚ ରେ ବିଚାରକ ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଏହି ସମୟରେ ସଂଯୋଜନା କରିଥିଲେ ଓ ମଂଚ ପରିଚାଳନା କରିଥିଲେ, ଶିକ୍ଷକ ଗୋବିନ୍ଦ ସେଠ, ଆଶିଷ ଦେଓ ଓ ସୁଧାଂଶୁ ଶେଖର ଦେହୁରୀ l ବ୍ଲକର ସମସ୍ତ ସି.ଆର୍.ସି ସି,ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଫିସ କର୍ମଚାରୀ ଓ ସ୍ଥାନୀୟ ହାଇସ୍କୁଲର ସମସ୍ତ କର୍ମଚାରୀ ର ସହଯୋଗ କରିଥିଲେ। ଏହି ସୁରଭି କାର୍ଯକ୍ରମ ଦେଖିବାକୁ ଅଂଚଳର ଅଭିଭାବକ, ଅଭିଭାବିକା ଓ ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।