ସୂଚନା ଅଧିକାର ରେ ମଗା ଯାଇଥିବା ସୂଚନା ଦେବାକୁ ନାରାଜ ସମ୍ପୃକ୍ତ ଅଧିକାରୀ

ରାୟଗଡା ପୌର ପରିଷଦ ର ପତ୍ର ସଂଖ୍ୟା 3510 ତାରିଖ 30/09/2024 ଟେଂଡର ର ସୂଚନା ଅଧିକାର ରେ ମଗା ଯାଇଥିବା ସୂଚନା ଦେବାକୁ ନାରାଜ ସମ୍ପୃକ୍ତ ଅଧିକାରୀ

ରାୟଗଡା : ରାୟଗଡା ପୌର ପରିଷଦ ପାଇଁ ପୌର ପରିଷଦ ର ପତ୍ର ସଂଖ୍ୟା 3510 ତାରିଖ 30/09/2024 ରେ 8 ଗୋଟି ଡାଟା ଏଣ୍ଟ୍ରି ଅପେରେଟର, ଅଫିସ ଆସିଷ୍ଟାଣ୍ଟ 2 ଗୋଟି, ସୁରକ୍ଷା କର୍ମୀ 11 ଗୋଟି, ମ୍ୟାନେଜର ଏମ ସି ସି ପାଇଁ 3 ଗୋଟି ୱାର୍କ ସରକାର 3 ଗୋଟି ଷ୍ଟ୍ରିଟ ଲାଇଟ ହେଲପେର 2 ଗୋଟି ଡ୍ରାଇଭର 5 ଗୋଟି, ଯେ ସି ବି ଡ୍ରାଇଭର 1,ପାର୍କ ଟିକେଟ ଅଦ୍ୟକାରୀ 1,ଲେବର 8,ପାର୍କ ମାଳି 6,ସି ସି ଟିଭି ଅପେରେଟର ଟାଉନ ଥାନା କଣ୍ଟ୍ରୋଲ ରୁମ ପାଇଁ 2,ଟେକ୍ସ ଆସିଷ୍ଟାଣ୍ଟ 2, ଫିଲଡ ଆସିଷ୍ଟାଣ୍ଟ ଏସ ପି ଏ ପାଇଁ 2 ଏହିପରି ସର୍ବମୋଟ 56 ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦେବା ନିମନ୍ତେ ବିଭିନ୍ନ ରେଜିଷ୍ଟର୍ଡ଼ ଫାର୍ମ / ଆଉଟ ସର୍ସିଙ୍ଗ ଏଜେନସି ଙ୍କ ଠାରୁ ଏକ ବର୍ଷ ନିମନ୍ତେ ଟେଣ୍ଡର ଡକାଯାଇଥିଲା l ଏହି ଟେଣ୍ଡର ପେପର କୁ 01/10/2024 ରୁ 14/10/2024 ଦିନ ସକାଳ 11 ଘଂଟିକା ଠାରୁ ସନ୍ଧ୍ୟା 4 ଘଂଟିକା ମଧ୍ୟ୍ୟ ରେ ଖର୍ଦି କରି 15/10/2024 ତାରିଖ ଦିନ 11 ଘଂଟିକା ମଧ୍ୟରେ ରେଜିଷ୍ଟ୍ରେଡ଼ / ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଦାଖଲ କରିବା ନିମନ୍ତେ ଦର୍ଶାଯାଇଥିଲା l. ଏହି ଟେଣ୍ଡର ର ଟେକ୍ନିକାଲ ବିଡ 17/10/2024 ସନ୍ଧ୍ୟା 4 ଘଣ୍ଟା ଫାଇନେନସିଆଲ ବିଡ 19/10/2024 ଦିନ 11 ଘଂଟିକା ସମୟରେ ଖୋଲିବାର ଥିଲା କିନ୍ତୁ ପୌରପରିଷଦ ପତ୍ର ସଂଖ୍ୟା 3931 ତାରିଖ 07/10/2024 ଅନୁଯାଇ ଏହି ଟେଣ୍ଡର ର ଟେକ୍ନିକାଲ ବିଡ କୁ 21/10/2024 ତାରିଖ ସନ୍ଧ୍ୟା 3 ଘଂଟିକା ଓ. ଫାଇନେନସିଆଲ ବିଡ କୁ 22/10/2024 ସଖାଳ 10 ଘଂଟିକା ସମୟରେ ଖୋଇଲବା ନିମନ୍ତେ ଦର୍ଶା ଯାଇଥିଲା l ଟେଣ୍ଡର ର ଟେକ୍ନିକାଲ ଓ ଫାଇନେସିଆଲ ବିଡ କୁ କଣ ପାଇଁ ପୌର ପରିଷଦ ଘୁଞ୍ଚାଇଲେ ସେଥିପାଇଁ ଟେଣ୍ଡର ରେ ଭାଗ ନେଇଥିବା ସଂସ୍ଥା ଓ ଜନସାଧାରଣ ଙ୍କ. ମନ ରେ ସନ୍ଦେହ ସୃଷ୍ଟି ହୋଇଥିବା ଆଲୋଚନା ଚାଲିଛି l ସୂଚନା ଅଧିକାର ବଳ ରେ ଏହି ଟେଣ୍ଡର ର ର ସମ୍ପୂର୍ଣ୍ଣ ବିବରଣୀ ମଗାଯାଇଥିଲେ ମଧ୍ୟ୍ୟ ଦୀର୍ଘ 60 ଦିନ ବିତିଯାଉଥିଲେ ମଧ୍ୟ୍ୟ ପୌର ପରିଷଦ ର ସୂଚନା ଅଧିକାରୀ ବି କିରନ କୁମାର ସୂଚନା ଦେବା ନିମନ୍ତେ ଇଛା ପ୍ରକାଶ କରୁନାହାନ୍ତି ଏଥିପାଇଁ ବି କିରଣ ଙ୍କୁ ତାଙ୍କରି ଫୋନ ନମ୍ବର 7008212261 ରେ 09/01/2025 ଗୁରୁବାର ଦିନ ଯୋଗାଯୋଗ କରି ସୂଚନା ଅଧିକାର ବଳ ରେ ଏହି ଟେଣ୍ଡର ର ତଥ୍ୟା ବଳି କଣ ଦିଆଯାଉନି ବୋଲି ପଚାରିବାରୁ ମୁଁ ବର୍ତ୍ତମାନ ବିଶାଖପାଟନମ ରର ଅଛି ଏହି ଟେଣ୍ଡର ଫାଇଲ ମିଶପ୍ଲେସ ହୋଇଯାଇଛି ସେଥିପାଇଁ ସୂଚନା ଦେବାରେ ବିଳମ୍ବ ହୋଉଛି କହିଥିବାର ଜଣାପଡିଛି l 10/01/2025 ରେ ପୌର ପରିଷଦ ଅଧକ୍ଷ ମହେଶ ପଟ୍ଟନାୟକ ଙ୍କ ଅଫିସ ରେ ସୂଚନା ଅଧିକାରୀ ବି କିରଣ ବସୁଥିବା ସମୟରେ କଣ ସାର ସୂଚନା କଣ ପାଇଁ ଦିଆଯନି ବୋଲି ପଚାରିବାରୁ ଫାଇଲ ଡୁଡା କୁ ଯାଇଛି ଆସିଲେ ସୂଚନା ଦେବୁ କହିଥିଲେ l କିରଣ ଙ୍କ କଥାରେ ତାଳ ମେଳ ରହୁନଥିବା ଓ ସୂଚନା ଦେବାରେ ବିଳମ୍ବ କରୁଥିବା ରୁ ପୌର ପରିଷଦ ଅଧିକାରୀ ସୌମ୍ୟ ରଂଜନ ମିଶ୍ର ଙ୍କୁ ଏହି ବିଷୟରେ ପଚାରିବା ନିମନ୍ତେ ଅଫିସ କୁ ଗଲେ ମଧ୍ୟ୍ୟ ମିଶ୍ର ସାର ଦେଖାମିଳୁନାହିଁ କିଛି ତାଙ୍କରି ଫୋନ ନମ୍ବର 8895102054 କୁ ଯୋଗ ଯୋଗ କରିଲେ ମଧ୍ୟ୍ୟ ଫୋନ ଉଠାଉନଥିବା ର ଜଣାପଡିଛି l ଏହି ଟେଣ୍ଡର ରେ କଣ ଘୋଟଲା ହୋଇଛି କିଛି ଯେ ସୂଚନା ଦେବା ପାଇଁ ସୂଚନା ଅଧିକାରୀ ସୂଚନା ଦେଉନାହାନ୍ତି ସେଥିପାଇଁ ଏହି ଟେଣ୍ଡର ପ୍ରକ୍ରିୟା ରର ସନ୍ଦେହ ସୃଷ୍ଟି ହେଉଛି l ପୌରାଧକ୍ଷ ମହେଶ ପଟ୍ଟନାୟକ ଏହି ଟେଣ୍ଡର ର ସୂଚନା ବଳ ରେଆଗାଯାଇଥିବା ର ସୂଚନା ଆସନ୍ତା 16/01/2025 ମଧ୍ୟରେ ଦେବା କିରଣ ଙ୍କୁ କହିଛନ୍ତି କଣ ହେଉଛି ଦେଖିବାକୁ ବାକି ରହିଲା lରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *