ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ କଲେ ଓଡ଼ିଶା ସରକାର। ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର।ଅନ୍ୟପଟେ ଏ.କେ ରୟ ହେଲେ ଜେଲ୍ ବିଭାଗ ଡିଜି। ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ। ଆର୍ପି କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଲେ। ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ। ବଦଳିଲେ ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେ। ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ।
Related Posts

ମଧ୍ୟାହ୍ନ ଭୋଜନ ପାଚକ, ପାଚିକାଙ୍କ ଦରମା ବଢିଲା । ଏଣିକି ମାସକୁ ମିଳିବ ୩୦୦୦
ମଧ୍ୟାହ୍ନ ଭୋଜନ ପାଚକ, ପାଚିକାଙ୍କ ଦରମା ବଢିଲା । ଏଣିକି ମାସକୁ ମିଳିବ ୩୦୦୦ ବଢିଲା ପାଚକ, ପାଚିକାଙ୍କ ଦରମା। ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି।…

ନଭେମ୍ବର ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ନଭେମ୍ବର ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବିର୍ସା ମୁଣ୍ଡାଙ୍କ ଜନ୍ମତିଥି ଅବସରରେ ଓଡ଼ିଶା ଆସି ଜନଜାତି…

କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହିତ ଆଲୋଚନା କଲେ ଜିଲ୍ଲା ପ୍ରଶାସନ, କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ ଭୁବନେଶ୍ୱର:…