ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଅସମ୍ଭାଳ ଭିଡ, ନିରାଶ ହୋଇ ଫେରୁଛନ୍ତି ଲୋକେ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବତ୍ତମାନ ସାରା ରାଜ୍ୟରେ ପ୍ରାୟ ସବୁ ଜନସେବା ଓ ମୋ ସେବାକେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲାରେ ମଧ୍ୟ ସୁଭଦ୍ରା ଯୋଜନା ଆବେଦନ ଲାଗି ରାସନ୍ କାର୍ଡର ଇ- କେଓ୍ବାସି ଆଧାର ସଂଯୋଗୀକରଣ ପ୍ରକ୍ରିୟା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରଥମେ ଉପରୋକ୍ତ ଡକ୍ୟୁମେଣ୍ଟ ଗୁଡିକର ଆବଶ୍ୟକତା ବୋଲି ଦୌଡାଦୌଡି ପୁଣି ଏବେ ସର୍ଭର ଡାଉନ୍ ଲାଗି ଗୋଟେ ଜନସେବା କେନ୍ଦ୍ରରୁ ଅନ୍ୟ ଏକ ମୋ ସେବାକେନ୍ଦ୍ରରେ ଧାଡିଧାଡି । ଜିଲ୍ଲାର କେତେକ ଉପାନ୍ତ ଅଞ୍ଚଳ ଯଥା ନୁଆଗଡ, ଆର,ଉଦୟଗିରି ଓ ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରେ ନେଟଓ୍ବାର୍କ ସେବା ଠିକ୍ ଭାବେ କାର୍ଯ୍ୟକାରିତା ହେଉଥିବା ବେଳେ କୌଣସି ଜନସେବା ଓ ମୋ ସେବାକେନ୍ଦ୍ର ମଧ୍ୟ ଖାଲି ନାହିଁ । ତା ସହିତ ଲଗାଣ ବର୍ଷା ସାଙ୍ଗକୁ ସର୍ଭର୍ ମନ୍ଥର ହେଉଥିବାରୁ ଲୋକେ ବିରକ୍ତ ହୋଇଗଲେଣି । ସକାଳୁ ଘରୁ ବାହାରି ନିଜନିଜର ଘରକାମ ଓ କୁଲି ମଜୁରୀ କାମ ଛାଡି ଛୋଟ ଛୁଆଙ୍କୁ କାଖେଇ, ଜନସେବା ଓ ମୋ ସେବାକେନ୍ଦ୍ରକୁ ଯାଇ ଧାଡିବାନ୍ଧି ଠିଆ ହୋଇ ସନ୍ଧ୍ୟା ବେଳକୁ ନିରାଶ ହୋଇ ଘରକୁ ଫେରିଥାନ୍ତି । ପୁଣି ପରଦିନ ସେଇ ଏକା ଅବସ୍ଥା ଓ ସେହି ଏକା ନେଟଓ୍ବାର୍କ ଅସୁବିଧା। କେତେ ଦିନ ଏଦୁଃଖ ସହିବାକୁ ପଡିବ ଜାଣି ହେଉନି ବୋଲି ଉପଭୋକ୍ତା କହିଛନ୍ତି । ସେଥିଲାଗି କିଛି ମହିଳା ବିରକ୍ତ ହେବା ସହ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଏପରି ବିପର୍ଯ୍ୟସ୍ତ ନେଟଓ୍ବାର୍କ ସେବା ଅଞ୍ଚଳରେ ଯେମିତି ଅଙ୍ଗନଓ୍ବାଡି ଦିଦି ମାଧ୍ୟମରେ ଫର୍ମ ଦେଇଛନ୍ତି , ସେମିତି ଫର୍ମ ଯଦି ସେହି ଦିଦିଙ୍କ ଜରିଆରେ ବ୍ଲକରେ ପହଞ୍ଚାଇ ଦିଆଯାଆନ୍ତା ତେବେ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡନ୍ତା ନାହିଁ ବୋଲି କହିଛନ୍ତି । ଏସବୁ ଦେଖିଲାପରେ ଆଗରୁ ଯୋଜନା ସଂକ୍ରାନ୍ତୀୟ ନିୟମାବଳୀ ନ ଦେଇ ତରବରିଆ ଆବେଦନ ତାରିଖ ଘୋଷଣା କରି ସରକାର ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ସେହିପରି ବିରୋଧୀ ଦଳଗୁଡିକ ପକ୍ଷରୁ ଭିତ୍ତିଭୂମି ନ ସଜାଡି ତରବରିଆ ଭାବେ ମନମୁଖୀ ନିଷ୍ପତ୍ତି ଦ୍ବାରା ସରକାର ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଉପଭୋକ୍ତ । ଏହାସହ ଆଧାରକାର୍ଡରେ ନାମ ଭୂଲଥିଲେ ଏବଂ ଫୋନ ନମ୍ବର ସଂଯୋଗ କରିବାକୁ ସକାରୀ ଦର ଠାରୁ ଚଢା ଦର ନେଉଛନ୍ତି ମୋ ସେବାକେନ୍ଦ୍ର ଓ ଜନସେବା କେନ୍ଦ୍ର ଦେଉଥିବା ବୋଲି ଉପଭୋକ୍ତ ଅଭିଯୋଗ କରୁଛନ୍ତି ।
Related Posts
‘ସୁଭଦ୍ରା’ ରେ ସ୍ୱୟଂ ସମ୍ପୂର୍ଣ୍ଣା ହେବେ ମହିଳା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
‘ସୁଭଦ୍ରା’ ରେ ସ୍ୱୟଂ ସମ୍ପୂର୍ଣ୍ଣା ହେବେ ମହିଳା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର: ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢୁଛି । ଏବେ…
ବହୁ ଅପେକ୍ଷାର ଅନ୍ତ ଘଟିଲା, ଖୋଲିଲା ଚାରି ଦ୍ଵାର
ସାଢେ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା କୌଣସି ବାଧାବିଘ୍ନରେ ଭକ୍ତମାନେ ଦର୍ଶନ କରୁଛନ୍ତି । ମୁଁ ମନ୍ତ୍ରୀ ପରିଷଦର ସାଥିମାନଙ୍କ ସହିତ…
ମୋହନା ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ
ମୋହନା ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ ଆର,ଉଦୟଗିରି :(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଠାରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ…