ସୁଭଦ୍ରା ଯୋଜନାକୁ ନେଇ ଗଜପତି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗଜପତି (ମନୋଜ କୁମାର ପାଢୀ):ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା। ଏହି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ୭ ଗୋଟି ବ୍ଲକର ୧୪୯ ଗ୍ରାମ୍ୟ ପଞ୍ଚାୟତ ର ୧୫୩୪ ରାଜସ୍ବ ଗ୍ରାମ ମହିଳା ମାନେ ଅବେଦନ କରିବେ। ଜିଲ୍ଲାରେ ୨୪୪୩ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର, ଆଦି ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ବୋଲି କହିଥିଲେ।ସେହିପରି ଜିଲ୍ଲାରେ ୨୪ ଆଧାର କେନ୍ଦ୍ର ରହିଅଛି ଏଣୁ କୌଣସି ମହିଳା ବ୍ୟସ୍ତ ବିବ୍ରତ ନ ହୋଇ ପଞ୍ଜିକରଣ କରିବାକୁ କହିଥିଲେ । ଏଣୁ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ସେମାନେ ଉପକୃତ ହେବେ ସେ ନେଇ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ। ଅଧିକ ସୂଚନା ଜାଣିବା ପାଇଁ ସ୍ଥାନୀୟ ସିଡିପିଓ ଙ୍କ କାର୍ଯ୍ୟଳୟରେ ଯୋଗାଯୋଗ କରି ଅଧିକ ସମ୍ପୂର୍ଣ୍ଣ ସହାୟତା ପାଇପାରିବେ ଓ ଦେୟ ମୁକ୍ତ ସହାୟତା ନମ୍ବର ୧୪୬୭୮ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ।
Related Posts
ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ୪,୧୨(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ତହସିଲ…
ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ।
ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ। ଗଜପତି – ୩/୯/୨୪ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ…
ପଦ୍ମ ଶ୍ରୀ କମଲା ପୂଜାରୀଙ୍କ ପରଲୋକ
ପଦ୍ମ ଶ୍ରୀ କମଲା ପୂଜାରୀଙ୍କ ପରଲୋକ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଶ୍ରୀମତୀ ପୂଜାରୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ ସମଗ୍ର ଦେଶରେ…