ସୁବଲଡା ଉଚ୍ଚ ବିଦ୍ୟାଳୟରେ ପୋଷାକ ବାତିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।ଆର, ଉଦୟଗିରି(ମନୋଜ କୁମାର ପାଢୀ)- ରାଜ୍ୟ ସରକାରଙ୍କ ବିଦ୍ୟାଳୟମାନଙ୍କରେ ଛାତ୍ରୀଛାତ୍ରଙ୍କ ମନରେ ପାଠ ପଢିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗରୁ ଅନେକ ଯୋଜନାମାନ କରିଛନ୍ତି । ସେଥି ମଧ୍ୟରୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନ୍ୟତମ । କେବେ କେବେ ଦୁଇହଳ ସ୍କୁଲ୍ ୟୁନିଫର୍ମ ଓ କେବେ କେବେ ୟୁନିଫର୍ମ ସହିତ ଟ୍ରାକସୁଟ ଓ ଜୋତା ମୌଜା ଇତ୍ୟାଦି ବିତରଣ କରିଥାନ୍ତି । ଏବେ ପୁଣି ସେହି ପୋଷାକ ବିତରକ ଲାଗି ମିଶନ ଶକ୍ତି ଗୃପର ମହିଳାମାନଙ୍କୁ ନିୟୋଜିତ କରି ସେମାନଙ୍କୁ ନିୟୋଜିତ କରି ସେମାନଙ୍କୁ ସ୍ବାବଲମୀ ହେବାଲାଗି ସୁଯୋଗରେ ମହିଳାମାନେ ଛାତ୍ରଛାତ୍ରୀମାନଙ୍କ ଲାଗି ପୋଷାକ ସିଲେଇ କରି ବିଦ୍ୟାଳୟ ଗୁଡିକରେ ବଣ୍ଟନ କରିବା ବଦଳରେ ବ୍ରହ୍ମପୁର ଓ ସ୍ଥାନୀୟ ଦୋକାନ କିଣି ଆଣି ବିଦ୍ୟାଳୟର ଛାତ୍ରଛାତ୍ରୀମାନକୁ ବଣ୍ଟନ କରିଥାନ୍ତି । ଏଥିପାଇଁ ମହିଳା ମଣ୍ଡଳର ସଦସ୍ୟମାନେ ବ୍ଳକ ଶିକ୍ଷା ଅଧିକାରୀ ଠାରୁ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସେଥିରୁ କିଛି ନାନ୍ଦା ଦେବାକୁ ପଡୁଛି ଏଥିରୁ ଜଣାପଡୁଛି କେତେ ଉନତମାନର ପୋଷାକ ପିଲାମାନଙ୍କୁ ଦିଆଯାଉଥିବ । ତେବେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ସୁବଲଡା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ୍କୁଲ ସଭାପତି ତତ୍ବାବଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତ ଓ ଅନୁମତି ପ୍ରାପ ମହିଳା ସଂଘର ସଦସ୍ୟଙ୍କ ଦ୍ବାରା ସ୍କୁଲର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୪ ଜଣ ଓ ୪୪ ଜଣ ଛାତ୍ରୀଙ୍କୁ ପୋଷାକ ପ୍ରଦାନ କରାଯାଇଛି । ଏହି ପୋଷାକ ପାଇଁ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହିତଥିବା ଦେଖିବାକୁ ମିଳିଛି। ତେବେ ଆଜି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ୪୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆସିନଥିଲା । ପୋଷାକ ମିଳୁବା ସମୟରେ ପିଲା ଅପେକ୍ଷାରେ ଥିବାବେଳେ ଅଗଷ୍ଟ ୧୫ ପୂର୍ବରୁ ଏହି ପୋଷାକ ବିତରକ କରାଯାଇଥିଲେ ଆହୁରି ଭଲ ହୁଅନ୍ତା ବୋଲି ବିଦ୍ୟାଳୟର କେତେକ ଅଭିଭାବକ ମତ ରଖିଥିଲେ ।
Related Posts

ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪
ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତଶୁକ୍ରବାର ପୂର୍ବାହ୍ନରେ ଗୁଣୁପୁରରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ 150…

ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ,
51DAY’S RED DROP ULTRA MARATHON DAY-48,CAMP-52—————————————– ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ସାହ୍ଲେପାଲି ଗ୍ରାମ ରେ ରକ୍ତ ଦାନ…

ପାଦ ଫଟା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର
*ପାଦ ଫଟା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର ** ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ପାଦ, ଓଠ, ଚର୍ମ…