ସୁନାବେଡା ପୌରପରିଷଦରେ ମହିଳା ଦିବସ ପାଳନ. ସମାଜସେବୀ ସମ୍ବର୍ଦ୍ଧିତ
ସେମିଳିଗୁଡା.ତାରିଖ ୮-୩-୨୦୨୫:ସୁନାବେଡା ପୌରପରିଷଦ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି।ସ୍ଥାନୀୟ କମୁନିଟି ହଲଠାରେ ଏକ ଭବ୍ଯ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ସମ୍ମାନିତ ଅତିଥି ଭାବରେ କୋରାପୁଟ ବିଧାୟକଙ୍କ ପ୍ରତିନିଧି ସୁମନ୍ତ କୁମାର ପ୍ରଧାନ, ନିର୍ବାହୀ ଅଧିକାରୀ ନାରାୟଣ ନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ବିଭୂ ସାହୁ,ସିଡିପିଓ ନଳିନୀ ବେହେରା ସାଂସଦ ପ୍ରତିନିଧି ମନୋରଞ୍ଜନ କର ଯୋଗ ଦେଇ ଥିଲେ। ସମସ୍ତ ଅତିଥି ମହିଳା ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ। ଏହି ଉସ୍ଚବରେ ବିଶିଷ୍ଟ ସମାଜସେବୀ,ବିଜେପିର ବରିଷ୍ଠ ନେତ୍ରୀ,ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ କରିଥିବା ସେମିଳିଗୁଡାର ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀମତୀ ମିଶ୍ର ମହିଳା ଦିବସର ଗୁରୁତ୍ବ,ଭୂମିକା ଉପରେ କହିଥିଲେ।ଅନ୍ୟମାନଙ୍କ ମଧ୍ଯରେ ଶିକ୍ଷୟତ୍ରୀ ସାଏଦା ପରବିନ,ସୁନାବେଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା,ତିନିଜଣ ଅଂଗାଡି କର୍ମୀ,ସଫେଇ କର୍ମୀ,ସଫେଇ ଗାଡି ଡ୍ରାଇଭର, ଜୈବିକ ଖତ ପ୍ରକ୍ରିୟାକରଣ କର୍ମଚାରୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।ସମସ୍ତ ଙ୍କଠାରୁ ମଧ୍ଯାହ୍ନ ଭୋଜନର ବ୍ୟବସ୍ଥା କରାଯାଇ ଥିଲା। କାର୍ଯ୍ୟକ୍ରମକୁ ପୌରପରିଷଦ କର୍ମଚାରୀ ଲକ୍ଷ୍ମୀକାନ୍ତ ମହାପାତ୍ର ପରିଚାଳନା କରିଥିଲେ।ସୁନାବେଡା ମହିଳା ମହାବିଦ୍ୟାଳୟରଛାତ୍ରୀମାନେ ସାଂସ୍କୃତିକକାର୍ଯ୍ୟକ୍ରମପରିବେଷଣକରିଥିଲେ।ରବିନ୍ଦ୍ର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
