*ସୁନାବେଡ଼ା ଅଭୟାରଣ୍ୟ ରେ କାଳ ବୈଶାଖୀ ତାଣ୍ଡବ*
ନୂଆପଡା 8 6 2024 (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ଅଭୟାରଣ୍ୟରେ କାଳବୈଶାଖୀ ତାଣ୍ଡବ ରଚିଛି। ଏଥିରେ ସରକାରୀ କୋଠାର ଆଜବେଷ୍ଟସ୍ ଉଡ଼ି ଯାଇଥିବାବେଳେ ଅନେକ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ି ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ଅପରାହ୍ନ ୪ଟାରେ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ କାଳବୈଶାଖୀ ପ୍ରଭାବଦେଖୁବାକୁ ମିଳିଥିଲା । ଏଥିରେ ଜାମଗାଁ, ସୁନାବେଡ଼ା, ସାଲେଲେପଡ଼ା, ଗାଦିବେଡ଼ା, ଜୁନାପାଣି, ଗଡ଼ଭଗ, ଅଡ଼ାର, କେଛୋପଖାନ, ଖଡ଼ାଙ୍ଗ, ଦାତୁନାମା, ଛିନମୁଣ୍ଡି ଭଳି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୁନାବେଡ଼ାରେ ସିବି ବିଡିଏ ତରଫରୁ ନିର୍ମିତ ବହୁ ମୁଖୀ ଗୋଷ୍ଠୀ ଗୃହର ଆଜବେଷ୍ଟସ୍ ଉଡ଼ିଯାଇଛି। ଅଭୟାରଣ୍ୟର ଆଦିବାସୀମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକରିବା ପାଇଁ ଏହି କୋଠା ନିର୍ମାଣ ହୋଇଥିଲା । ଏହିକୋଠରିର ସବୁ ଆସବାପତ୍ର, ସରକାରୀ କାଗଜପତ୍ରବର୍ଷାପାଣିରେ ଭିଜି ନଷ୍ଟ ହୋଇଯାଇଛି । ସେହିପରିଅନେକ ସରକାରୀ କୋଠାର ଆଜବେଷ୍ଟସ ମଧ୍ୟ ଭାଙ୍ଗିନଷ୍ଟ ହୋଇଛି। ସୁନାବେଡ଼ା ଗାଁର ବିଶ୍ରାମ ଛତ୍ରିଆ,ଡିଙ୍ଗର ବିଶ୍ଵାଳ, ସୁବ୍ରି ସୁଆର, ଦାନୀରାମ ମାଝିଙ୍କ ଘରଝଡତୋଫନାରେ ଭାଙ୍ଗି ନଷ୍ଟ ହୋଇଯାଇଛି। ସେଭଳି ସୁନାବେଡ଼ା ସିଆରପିଏଫ କେମ୍ପର ସେଣ୍ଟ୍ରିପୋଷ୍ଟର ମିଳିଛି।ଆଜବେଷ୍ଟସ ମଧ୍ୟ ଉଡ଼ି ଯାଇଥିବା ଯାଇଥିବା ଦେଖିବାଗାଦିବେଡ଼ାରୁ ସାଲେପଡ଼ା, ଛିନ୍ଦମୁଣ୍ଡି,କୋଟ୍ରାବେଡ଼ା ଗାଁକୁ ସଂଯୋଗ କରୁଥ୍ ଥିବା ରାସ୍ତାରେ ୩ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଛି । ସେହିପରି ଅନେକ ସ୍ଥାନରେ ବିଦ୍ଯୁତ୍ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡି ଯାଇଛି। ଏବେ ସାଲେପଡ଼ା, ଛିନ୍ଦମୁଣ୍ଡି,କୋଟ୍ରାବେଡା ସମେତ ଅଭୟାରଣ୍ୟ ଅଞ୍ଚଳରେବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଏହି ବିଦ୍ୟୁତ୍ ଖୁଣ୍ଟସଜାଡ଼ିବା ପରେ ପୁନଃ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକହେବା ସମ୍ଭାବନା ରହିଛି। ଏବେ ଅଭୟାରଣ୍ୟବାସୀ ଜନ୍ତୁ, ସରୀସୃପ ଭୟରେରହିଛନ୍ତି।ଏଣୁ ତୁରନ୍ତ ମରାମତି କାର୍ଯ୍ୟ କରି ବିଦ୍ୟୁତ ସେବାସ୍ବାଭାବିକ କରିବାକୁ ଦାବି ହେଉଛି। ସେହିପରି ବହୁମୁଖୀ ଗୋଷ୍ଠୀ ଗୃହର ମରାମତି କରିବା ସହଅଞ୍ଚଳରେ ଘଟିଥିବା କ୍ଷୟକ୍ଷତିର କଳନ କରିକ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ଯୁବରାଜଛତ୍ରିଆ ପ୍ରମୁଖଙ୍କ ସମେତଅଭୟାରଣ୍ୟବାସୀଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।