ସିଜିମାଳି ଖଳି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ ।
ରାୟଗଡା : ସିଜିମାଳି ପ୍ରଭାବିତ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର 24 ଗୋଟି ପଞ୍ଚାୟତର ପ୍ରାୟ 300 ରୁ ଉଦ୍ଧ ଗ୍ରାମରୁ ପ୍ରାୟ ୨୦,୦୦୦ ହଜାର ରୁ ଉଦ୍ଧ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ସହ ସିଜି ମାଳୀ ଖଣି ଖନନ ନିମନ୍ତେ ରାୟଗଡା ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ମତ ପ୍ରକାଶ କରିଛନ୍ତି କି ଆମ ଅଞ୍ଚଳରେ ଆଗାମୀ ଦିନରେ ରେ ଯଦି ଖଣି ଖନନ ହେଲେ ଆମ ଅଞ୍ଚଳ ର ଉନ୍ନତି ହେବା ସହିତ ବେକାରି ସମସ୍ୟା ଦୂର ହବ ତେଣୁ ଆମ୍ଭେ ସହ ସହ ଗ୍ରାମର ହଜାର ହଜାର ଲୋକ ସିଜିମାଳିକୁ ଓ ମୈତ୍ରୀ କମ୍ପାନୀ କୁ ସମର୍ଥନ କରିବା ସହ ବର୍ତମାନ ସମୟରେ ମାସକୁ ପ୍ରାୟ ୧୦ ହଜାର ରୁ ଉଦ୍ଧ ପରିବାର ସିଧା ସଳଖ ଆର୍ଥିକ,ସ୍ବାସ୍ଥ୍ୟ ସେବା, ଶିକ୍ଷା,ନିଯୁକ୍ତି ଓ ଧାର୍ମିକ କ୍ଷେତ୍ର ରେ ପ୍ରାୟ ୪୦ ରୁ ଉଦ୍ଧ ଆମ ଅଞ୍ଚଳରେ ମନ୍ଦିର ନିର୍ମାଣ କରାଉଛନ୍ତି, ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ମୈତ୍ରୀ ଇନଫ୍ରା ତରଫରୁ କରାଯାଉଛି। ସିଜିମାଳି ଖଣି ଖନନ ଯଥାଶୀଘ୍ର ଆରମ୍ଭ କରାଯାଉ, ଆଉ କିଛି ବାହାରିଆ ଲୋକ ଆସି ଆମ ଅଂଚଳ ର ନିରୀହ ଆଦିବାସୀ ଲୋକ ମାନଙ୍କୁ ତାଙ୍କ ସ୍ବାର୍ଥ ପାଇଁ କମ୍ପାନୀ କୁ ବିରୋଧ କରିବାକୁ ପ୍ରବ୍ରତାଉଛନ୍ତି ଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ସିଜିମାଳୀ ପ୍ରଭାବିତ ଅଞ୍ଚଳ ବାସୀ ଉପସ୍ଥିତ ରହି ଜିଲ୍ଲା ପାଳଙ୍କୁ ସିଜିମାଳି ଖଣି ଖନନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ