ରାଜସ୍ଥାନ: ସକାଳ ପ୍ରାୟ ୫ଟା ୩୦ରେ ଭାନ୍କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ବାହାରି ନିଜ ଜୀବନ ବଞ୍ଚାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୨୨ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚାଇବା ନିମନ୍ତେ ଆମ୍ବୁଲାନ୍ସ ବି ପହଞ୍ଚିଛି।
Related Posts
ଭାରତ ଆସିବେ ଏଲନ୍ ମସ୍କ |
ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଟେସଲା ଓ ‘X’ ମୁଖ୍ୟ ଏଲନ ମସ୍କ | ଏନେଇ ନିଜ ‘X’ ଆକାଉଣ୍ଟରେ ମସ୍କଙ୍କ ସୂଚନା ଭାରତରେ…
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ଭୂସ୍ଖଳନ ୧୪୩ ଛୁଇଁଲା ମୃତ୍ୟୁ
କେରଳ ୱାଏନାଡରେ ଭୂସ୍ଖଳନ; ୧୪୩ ଛୁଇଁଲା ମୃତ୍ୟୁ ସଂଖ୍ୟା-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ