ସିଆଲଖଣ୍ଡଥା ଗୁରୁପାଲି ଠାରେ ଗୌରାଙ୍ଗ ଜନ୍ମ ମହୋତ୍ସବ ର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି।
ବରଗଡ – ( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଙ୍କୀର୍ତ୍ତନ ସଂଘ ଆସନ୍ତା ତା ୨୧/୩/୨୫ ରୁ ତା ୨୩/୩/୨୫ ରିଖ ରେ ହେବାକୁ ଥିବା ଗୈାରାଙ୍ଗ ଜନ୍ମ ମହୋତ୍ସବ ତଥା ଅଖଣ୍ଡ ନାମଯଜ୍ଞ ର ଶୁଭ ସ୍ତମ୍ଭ ସିଆଲଖଣ୍ଡହଥା ଗୁରୁପାଲି ପର୍ଶୁରାମ ମଠରେ କର୍ତ୍ତା ଭାବରେ ଶେଷଦେବ ଷଡ଼ଙ୍ଗୀ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ ଙ୍କ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି।ଏହି ଅବସରରେ ସଂକ୍ରିତନ ସଂଘ ସଭାପତି ଲଲିତ କୁମାର ଭୋଇ, ସଂପାଦକ ଦାଶରଥି ହୋତା, ସହ ସମ୍ପାଦିକା ପୁଷ୍ପାଞ୍ଜଳି ବିଶି, କୋଷାଧ୍ୟକ୍ଷ ଗୁଣାକର ଶତପଥୀ,ଜିଲ୍ଲା ସହ ସଭାପତି ସିଦ୍ଧେଶ୍ଵର ପାଣିଗ୍ରାହୀ, ବିଶିଷ୍ଟ ସଙ୍କୀର୍ତ୍ତନ ଗୁରୁ ରାଜେନ୍ଦ୍ର ବେହେରା, ଉତ୍ତମ ମହାକୁଡ଼, ଅଶୋକ କୁମାର ଦାଶ, ଆନନ୍ଦ ପଧାନ, ବିରଞ୍ଚି ପଧାନ, ଜଗବନ୍ଧୁ କ୍ଷେତି, ମହିଳା ଗାୟିକା ନୁରାବତୀ ଗୁରୁ, ଗୌରୀ ଭୂଏ, ସନ୍ତୋଷିନୀ ହୋତା, ପିନାକୀ ମିର୍ଦ୍ଧା ଓ ସଂକ୍ରିଡା ସଂକ୍ରିତନ ମଣ୍ଡଳୀ ର ସିତାରାମ ବିଶି ଓ ଅନ୍ୟାନ୍ୟ ପ୍ରମୁଖ କଳାକାର ମାନେ ଯୋଗ ଦେଇଥିଲେ।