ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଖରମୁଣ୍ଡା ଓ ନିଷ୍ଠା ପରିବାର ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି।
ବରଗଡ଼ – ୧୨,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମ ର ବାପୁଜୀ ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଖରମୁଣ୍ଡା ଗ୍ରାମବାସୀ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ଡ଼ାକ୍ତର ସୁଶାନ୍ତ ମେହେର,ଡାକ୍ତର ସୁଦାମ ସାହୁ, ଡାକ୍ତର ସୌରମ୍ୟ ଦାଶ ଯୋଗ ଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଶିବିରରେ ଗୋଟିଏ ଦମ୍ପତ୍ତି ଙ୍କ ସହ ଦୁଇ ଜଣ ମହିଳା ଓ ୫୧ଜଣ ପୁରୁଷ ସର୍ବମୋଟ ୫୫ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଚାରିଆଡ଼େ ଦଶହରା ଧୁମ୍ ଧାମ୍ ରେ ପାଳନ ହେଉଥିବା ବେଳେ ଖରମୁଣ୍ଡା ଗାଁ ରେ ରକ୍ତ ଦାନ ଶିବିର ଆୟୋଜନ କରି ଖୁବ ଆନନ୍ଦ ମନରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ ଗ୍ରାମବାସୀ ।ଏହି ଶିବିର କୁ ସଚିଦାନନ୍ଦ ପଧାନ,ସୁଦାମ ସାହୁ ବିଜୟ ତ୍ରିପାଠୀ,ସଂଜିତ ପଧାନ, ଅନିଲ ପଧାନ ,ଖରମୁଣ୍ଡା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଖରମୁଣ୍ଡା ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।