ସାଧାରଣ ନିର୍ବାଚନ ପୂର୍ବରୁ ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ କୁ ଏନ ଏ ସି ଘୋଷଣା ବିଜେଡି ସରକାର ଙ୍କ ଏକ ନିର୍ବାଚନୀ ଚାଲ ଥିଲା କି?
ରାୟଗଡା : ରାୟଗଡା ଜ଼ିଲ୍ଲା ର ତିନିଗୋଟି ଗ୍ରାମପଞ୍ଚାୟତ ଚାନ୍ଦିଲି, ବିଷମକଟକ ଓ ମୁନିଗୁଡା କୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରିଥିଲେ ତତ୍କାଳୀନ ବିଜେଡି ସରକାର ଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଉକ୍ତ ତିନିଗୋଟି ଗ୍ରାମପଞ୍ଚାୟତ କୁ ଏନ ଏ ସି ଭାବେ ଘୋଷଣା କରିଥିବା ରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଚାନ୍ଦିଲି ଠାରେ ବିଜେଡି ର ପ୍ରଧାନ ଶିକ୍ଷକ କୁହାଯାଉଥିବା ଗୌରୀ ଶଙ୍କର ଙ୍କ ନେତୃତ୍ୱ ରେ ରାୟଗଡା ବିଧାନସଭା ର ବହୁ ନିର୍ବାଚିତ ଜନ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଜ଼ିଲ୍ଲା ପରିଷଦ ର ନିର୍ବାଚିତ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଧନ୍ୟବାଦ ସଭା ର ଆୟୋଜନ କରିଥିଲେ l ଠିକ ସେହିପରି ଉଭୟ ମୁନିଗୁଡା ଓ ବିଷମକଟକ ଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ନିମନ୍ତେ ପୂର୍ବତନ ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ନେତୃତ୍ୱ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ l ଇତି ମଧ୍ୟରେ ସରକାର ପରିବର୍ତ୍ତନ ହେଲେ କିନ୍ତୁ ଗ୍ରାମପଞ୍ଚାୟତ ରୁ ବିଜ୍ଞାପିତ ଅଂଚଳ ପରିଷଦ ଉନ୍ନତି ହୋଇଥିବା ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ କେବଳ ଘୋଷଣା ରେ ରହିଗଲା ବୋଲି ଜନସାଧାରଣ ଆଲୋଚନା କରିବାର ଶୁଣିବାକୁ ମିଳୁଛି l ନିର୍ବାଚନ ପୂର୍ବରୁ ରାୟଗଡା ଜ଼ିଲ୍ଲା ର ତିନୋଟି ପଂଚାୟତ କୁ ଏନ ଏ ସି ଘୋଷଣା କଣ ସରକାର ଙ୍କ ଵିଜ୍ଞାପ୍ତି ହୋଇଥିଲା ନା ନିର୍ବାଚନ ପ୍ରତିଶୃତି ଥିଲା ବୋଲି ପୂର୍ବତନ ରାୟଗଡା ଜ଼ିଲ୍ଲା ର ଏକ ମାତ୍ର ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ତାଙ୍କରି ଫୋନ ନମ୍ବର 9437869313 ରେ ବୁଧବାର ଦିନେ 13.16 ସମୟରେ ତାଙ୍କରି ପ୍ରତିକ୍ରିୟା ନେବାରୁ ସେ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଓ ତତ୍କାଳୀନ 5 ଟି ଅଧକ୍ଷ ଭି କାର୍ତ୍ତିକ ପଣ୍ଡିୟାନ ଙ୍କ ନିଷ୍ପତି କ୍ରମେ ଘୋଷଣା କରିଥିଲେ ବୋଲି l ଠିକ ସେହିପରି ଚାନ୍ଦିଲି କୁ ଏନ ଏ ସି ଘୋଷଣା ନେଇ ଯେଉଁ ଧନ୍ୟବାଦ ସଭା ହୋଇଥିଲା କିନ୍ତୁ କଣ ହେଲା ଚାନ୍ଦିଲି ଏନ ଏ ସି ବୋଲି ଯେ କେ ପୁର ଚାନ୍ଦିଲି ର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଗୌରୀ ଶଙ୍କର ଙ୍କୁ ତାଙ୍କରି ଫୋନ ନମ୍ବର 9473450887 ରେ, 22/01 /2025 ଦିନ13.38 ସମୟରେ ପଚାରିବାରୁ ସେ ନିଜ ପ୍ରତକ୍ରିୟା ରେ କହିଲେ ଯେ ମୁଖ୍ୟମନ୍ତ୍ରୀ ଚାନ୍ଦିଲି କୁ ପଂଚାୟତ ରୁ ଏନ ଏ ସି ଘୋଷଣା କରିଥିବା ରୁ ଧନ୍ୟବାଦ ସଭା କରିଥିଲୁ କିନ୍ତୁ ଏହାର ସରକାରୀଦ୍ୱାରା ନୋଟିଫିକେସନ ହୋଇଥିଲା ନା ନିର୍ବାଚନ ପ୍ରତିଶୃତି ଥିଲା ଆମେ ଜାଣିନାହୁଁ ଖୁଶୀ ରେ ଧନ୍ୟବାଦ ସଭା କରିଥିଲୁ ବୋଲି କହିଥିଲେ l l ରାୟଗଡା ଜ଼ିଲ୍ଲା ର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ ଜନସାଧାରଣ ଆଲୋଚନା କରୁଛନ୍ତି ଯେ ଏହି ତିନି ଗୋଟି ପଂଚାୟତ କୁ ଏନ ଏ ସି ଘୋଷଣା ବିଜେଡି ସରକାର ଙ୍କ ନିର୍ବାଚନ ଚାଲ ଥିଲା କି ବୋଲି ଆଲୋଚନା କରୁଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ