ସାଇ ପ୍ରିୟା ୱାକରସ କ୍ଲବ ଆନୁକୁଲ୍ୟ ରେ ତୃତୀୟ ରକ୍ତଦାନ ଶିବିର
ସାଇ ପ୍ରିୟା ନଗର ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ (ଆରୋଗ୍ୟ )କେନ୍ଦ୍ର ରେ ତା 23.02.2025 ରିଖ ପୂର୍ବାହ୍ନ 9 ଘଟିକା ଠାରୁ ଅପରାହ୍ନ 2ଘଟିକା ପର୍ଯ୍ୟନ୍ତ ସଭାପତି କେ. ସୂର୍ଯ୍ୟ ନାରାୟଣ ଶର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଏହି ମହତ କାର୍ଯ୍ୟରେ ଶ୍ରୀ ଫିରୋଜ୍ କୁଜୁର୍ କମାଣ୍ଡଡେଣ୍ଟ୍ ,ସି . ଆର୍. ପି. ଏଫ୍ . ଚତୁର୍ଥ ବାଟାଲିୟାନ୍ ମୁଖ୍ୟ ଅତିଥି ଡା. ଚନ୍ଦ୍ର ଶେଖର ପଟେଲ୍ ଏବଂ ପ୍ରଭାକର ଉପାଧ୍ୟାୟ ଦ୍ୱିତୀୟ କମାଣ୍ଡଡେଣ୍ଟଙ୍କ ସହ 14 ଜଣ ସି .ଆର .ପି .ଏଫ୍. ଯବାନ ଏହି ରକ୍ତଦାନ ଶିବିର ରେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ୱାକରସ୍ ଇଣ୍ଟରନେସନାଲ କ୍ଲବର ଶ୍ରୀ ସତ୍ୟବାଦୀ ପତି ,ଶ୍ରୀ ଅଭିରାମ ନାୟକ ଓ ଟି.ଜୟରାମ ଯୋଗଦାନ କରିଥିଲେ ।ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରକ୍ତଭଣ୍ଡାରର ଅଧିକାରୀ ଡ଼ା. ଶ୍ରୀ ଗୌତମ ପଟ୍ଟନାୟକ, ଜିଲ୍ଲା ଉପମୁଖ୍ୟ ଚିକିତ୍ସା ଅଧିକାରୀ (ପ୍ରଜା ଆରୋଗ୍ୟ) ଡ଼ା .ଶ୍ରୀମତୀ ମମତା ଚୌଧୁରୀ ଯୋଗଦାନ କରି ରକ୍ତ ଦାନ ଶିବିର ପରିଚାଳନା କରିଥିଲେ . ଉକ୍ତ ଶିବିରରେ ସାଇ ପ୍ରିୟା ୱାକରସ୍ କ୍ଲବ ର ପୂର୍ବତନ ସଭାପତି ଡ଼ା . ସୁରେଶ କୁମାର ,ଶ୍ରୀ ସୁବାସ କୁମାର ବେହେରା , ଉପସଭାପତି ଜେ . କେ. ପ୍ରଧାନ ,ସାଧାରଣ ସମ୍ପାଦକ ଶ୍ରୀ ବାସୁଦେବ ହୋତା ,କୋଷାଧ୍ୟକ୍ଷ ଟି. ନାଗେଶ୍ଵର ରାଓ ,ଓ ଉପଦେଷ୍ଟା ଦେବରାଜ ପଣ୍ଡାଙ୍କ ସଂଗଠନ ରେ ସାଇ ପ୍ରିୟା ୱାକରସ୍ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉକ୍ତ ଶିବିର ରେ ସହଯୋଗ ପ୍ରଦାନ କରିଥିଲେ. ଏତଦ୍ ବ୍ୟତୀତ ରାୟଗଡ଼ା ୱାକରସ୍ କ୍ଲବର ସଭାପତି ଶ୍ରୀ ଦାଶରଥି ରାଜଗୁରୁ,ପୂର୍ବତନ ସଭାପତି ଡ . ଦୁଷ୍ମନ୍ତ କୁମାର ମହାନ୍ତି ,ଶ୍ରୀ ପ୍ରତାପ ବାଉରୀ,ଜି.ସି.ଡି .ୱାକରସ୍ କ୍ଲବର ସଭାପତି ବିଜୟ ମୋହନ , ଫ୍ରେଣ୍ଡ୍ ସ୍ ୱାକରସ କ୍ଲବ ର ସଭାପତି ଏମ୍ .ନତରଜନ ,ସାଇ ପ୍ରିୟା ମହିଳା ୱାକରସ କ୍ଲବର ସଭାପତି କେ. ଅରୁଣା ଙ୍କ ସହ ସମସ୍ତ କ୍ଲବର ବହୁ କର୍ମକର୍ତ୍ତା ଉକ୍ତ ଶିବି ର ରେ ଯୋଗଦାନ ପୂର୍ବକ ସମସ୍ତ ରକ୍ତ ଦାତାଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ ।
ଏହି ତୃତୀୟ ରକ୍ତଦାନ ଶବିରରେ ପୂର୍ବବତ୍ ଶ୍ରୀ ସୁବାସ ବେହେରା ଓ ତାଙ୍କ ସହ ସହଧର୍ମିଣୀ ଶ୍ରୀମତୀ ଅନିତା ଚୌଧୁରୀ ତୃତୀୟ ଥର ପାଇଁ ରକ୍ତ ଦାନ କରିଥିଲେ ।ଏହାସହ ସି.ଆର୍ .ପି.ଏଫ . ର 14 ଜଣ ଯବାନଙ୍କ ସହ ସମୁଦାୟ44ଜଣ ରକ୍ତଦାତା ଏହି ଶିବିର ରେ ରକ୍ତଦାନ କରିଥିଲେ ।

