ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାଥିଲିର ପଚିଶିତମ ବାର୍ଷିକ କ୍ରୀଡା ଶୁକ୍ରବାର ଓ ଶନିବାର ଅନୁଷ୍ଠିତ ହୋଇଯାଇଛି।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାଥିଲିର ପଚିଶିତମ ବାର୍ଷିକ କ୍ରୀଡା ଶୁକ୍ରବାର ଓ ଶନିବାର ଅନୁଷ୍ଠିତ ହୋଇଯାଇଛି।

ମାଲକାନଗିରି:କ୍ରୀଡାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ସମାଜସେବୀ ସନ୍ତୋଷିନୀ ପାତ୍ର, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ପରିଛା ଓ ସମ୍ପାଦକ ସୁବ୍ରତ କୁମାର ଭଦ୍ର ପ୍ରମୁଖ ଯୋଗଦେଇ ଶିଶୁ ତଥା ଛାତ୍ରିଛତ୍ରମାନଙ୍କ ମାନସିକ, ଶୌଖିକ ଓ ଶାରୀରିକ ବିକାଶ କ୍ଷେତ୍ରରେ କ୍ରୀଡାର ଗୁରୁତ୍ୱ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ |ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗଗନ ବିହାରୀ ସ୍ୱାଇଁ ଉପସ୍ଥିତ ଅତିଥିମାନଙ୍କର ପରିଚୟ ପ୍ରଦାନ କେଇଥିଲେ | କ୍ରୀଡାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ତଥା ସମାଜସେବୀ ତଥା ମହିଳା ସଭାନେତ୍ରୀ ସନ୍ତୋଷିନୀ ପାତ୍ରଙ୍କ ଅଭିଭାଷଣ ଏବଂ ଛାତ୍ରିଛାତ୍ର ନିକଟରେ ଥିବା ଲୁକାୟତ ପ୍ରତିଭା, କ୍ରୀଡା ମାଧ୍ୟମରେ ଶାରୀରିକ ବିକାଶ ଓ ମାନସିକ ସ୍ଥିରତା ଉଦେଶ୍ୟରେ ଅଭିଭାଷଣ ଉପସ୍ଥିତ ଅଭିଭାବକ ଓ ଛାତ୍ର, ଛାତ୍ରୀଙ୍କୁ ବିମୋହିତ କରିଥିଲା |ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁର୍ଯ୍ୟୋଧନ ମଲଲି କ୍ରୀଡାର ବୃତ୍ତ ପାଠ କରିଥିଲେ |କ୍ରୀଡା ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ |କ୍ରୀଡା ସମୟରେ ଅଭିଭାବକମାନଙ୍କ ଉପସ୍ଥିତିରେ ଶିଶୁଙ୍କ ସୁରକ୍ଷା ପ୍ରତି ଗୁରୁତ୍ଵ ଦିଆଯାଇଥିଲା।

ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *