ସରସ୍ବତୀଙ୍କ ମୂର୍ତ୍ତି ନିର୍ମାଣ ରେ ମଗ୍ନ ମୂର୍ତ୍ତି କାରିଗର ଅଭିଳାଷ ବେହେରା … କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ)ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳର କଳା ପ୍ରିୟ କାରିଗର ଅଭିଳାଷ ବେହେରା ମା ସରସ୍ବତୀ ଙ୍କ ମୂର୍ତ୍ତି ନିର୍ମାଣ ରେ ମଗ୍ନ l ଆଜ କୁ ପ୍ରାୟ ୮ ବର୍ଷ ଧରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଗଣେଶ ମୂର୍ତ୍ତି, ସରସ୍ବତୀ, ବିଶ୍ୱାକର୍ମା, ଖୁଦୁରୁକୁଣୀ , ଗ୍ରାମ୍ୟ ଯଜ୍ଞ କମିଟି ରାଧାକୃଷ୍ଣ ମୂର୍ତ୍ତି ନିର୍ମାଣ କରିବାରେ ମାହିର ଅଟନ୍ତି l ବଭିଳାଷ ତାଙ୍କରି କଳା ପ୍ରେମ ମୂର୍ତ୍ତି ନିର୍ମାଣ ପାଇଁ ଏକ ନିଆରା ଆକୃତି ଅଟେ l କାରିଗର ବେହାର ଶିକ୍ଷା ଅନୁଷ୍ଠାନ ତଥା ବିଭିନ୍ନ ପ୍ରକାର ମୂର୍ତ୍ତି ଗୁଡିକ ସ୍କୁଲ, କଲେଜ, ଶିଶୁମନ୍ଦିର, ପବ୍ଲିକ ଅନୁଷ୍ଠାନ ବିଭିନ୍ନ ଗାଁ ମାନଙ୍କ ରେ ମୂର୍ତ୍ତି ନିର୍ମାଣ କରି ଯୋଗାଇ ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ମିସ୍ତ୍ରୀ, ବାଡେଇ, ଟେଲରିଙ୍ଗ, କୁମ୍ଭାର, ସୁନାରି ଏମାନଙ୍କୁ ବିଶ୍ୱାକର୍ମା ଯୋଜନା ନାମରେ ସରକାର ବିଭିନ୍ନ ସହାୟତା ଘୋଷଣା କରିଥିବା ବେଳେ କାରିଗର ମାନଙ୍କ ପାଇଁ ସହାୟତା ମିଳୁନ ଥିବା କହିଛନ୍ତି ସମସ୍ତ କାରିଗର l ମୂର୍ତ୍ତି କାରିଗର କହିବାନୁସାରେ ଗୋଟିଏ ମୂର୍ତ୍ତି ଗଠନ କରିବାକୁ ହେଲେ ବାଉଁଶ, ସୁତୁଲି, ଚିଟିକା ମାଟି,କଲର, କପଡା ଇତ୍ୟାଦି ଆବଶ୍ୟକ ହୋଇଥାଏ l ଯେତିକିରେ ସବୁ ସାମାନ କିଣା ପଡୁଛି ସେତିକିରେ ତାଙ୍କ ପାରିଶ୍ରମିକ ସମାନ ହେଉଛି l କାରିଗର ଙ୍କୁ ସରକାର ଙ୍କ ତରଫରୁ କିଛି ସହାୟତା ମିଳନ୍ତା ତାହେଲେ ଆହୁରି ଅଧିକ ରୁ ଅଧିକ ତିଆରି କରି ଯୋଗାଇ ପାରନ୍ତେ ବୋଲି କହିଛନ୍ତି l ମୂର୍ତ୍ତି ନିର୍ମାଣ ରେ ତାଙ୍କୁ ସହଯୋଗ କରୁଛନ୍ତି ଭାଗବତ ବଗର୍ତ୍ତୀ, ବାଳକୃଷ୍ଣ କହଁର, ଅଭିରାମ କହଁର, କାର୍ତିକ ବେହେରା ମୂର୍ତ୍ତି କରିବାରେ ସାହାଯ୍ୟ କରିଆସୁଛନ୍ତି l
Related Posts

ୟୁଥ ୱାରୀୟର ଯୁବ ସଂଗଠନ ର ନୂତନ କମିଟି ଚୟନ ହୋଇଅଛି
ୟୁଥ ୱାରୀୟର ଯୁବ ସଂଗଠନ ର ନୂତନ କମିଟି ଚୟନ ହୋଇଅଛି… କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ସ୍ଥିତ ଡୁଙ୍ଗି ମନ୍ଦିର ଠାରେ ୟୁଥ…

ଉଦ୍ୟୋଗୀ ହେବା ଅଭିଳାଷ ସାକାର କରିବାର ପ୍ରୟାସ
ଉଦ୍ୟୋଗୀ ହେବା ଅଭିଳାଷ ସାକାର କରିବାର ପ୍ରୟାସ ରାୟଗଡ।: କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତରେ ସ୍ଥାନୀୟ ମହିଳା ମାନଙ୍କୁ ଆଇ ଡି ବି ଆଇ ବ୍ୟାଙ୍କ…

ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ
ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ ରାୟଗଡା : ରାୟଗଡା ଜ଼ିଲ୍ଲା ରାୟଗଡା ନିୟନ୍ତ୍ରିତ ବଜ଼ାର କମିଟି ଅଧୀନରେ ଥିବା କେସିଂପୁର ଲ୍ୟାମ୍ପ…