ସରକାର ଙ୍କ ଜବର ଦଖଲ ଉଛେଦ ପକ୍ରିୟା ବିରୋଧ ରେ ଜି. ଉଦୟଗିରି ବିଧାୟକ ଙ୍କ ସହ ଆଲୋଚନା..
କନ୍ଧମାଳ -16/07(ରିପୋର୍ଟ କୁନା ଦିଗାଲ )ରାଜ୍ୟ ସରକାରଙ୍କ ଜବରଦଖଲ ଉଛେଦ ନିଷ୍ପତି ବିରୋଧ ରେ ମଙ୍ଗଳବାର କଳିଙ୍ଗା ଡ଼ାକବଙ୍ଗଳା ଠାରେ ଜିଲ୍ଲା ସିଟିଜେନ ଫୋରମପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ସାଧାରଣ ସମ୍ପାଦକ ସୁନୀଲ ପଟନାୟକ,କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର, ମିଡ଼ିଆ ଫୋରମ ସଭାପତି ସନ୍ତୋଷ ଡିଗାଲ, ସାମ୍ବାଦିକ ତଥା ଜିଲ୍ଲା ସମିତି ସଭ୍ୟ ସଭାପତି ବଦ୍ୟନାଥ ବେହେରା, ଅବସରପ୍ରାପ୍ତ ରେଳ ବିଭାଗ ଅଧିକାରୀ ଦିଲୀପ ନାୟକ ପ୍ରମୁଖ ଉପସ୍ଥିତ ରହି ଜି ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ସବୁ ସଂଗଠନ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lବିଧାୟକ ପ୍ରଧାନ ସରକାରଙ୍କ ଜବର ଦଖଲ ଉଛେଦ ନିଷ୍ପତି ସମ୍ପୂର୍ଣ ଭୁଲ ନିଷ୍ପତି ବୋଲି କହିବା ସହ ଗରିବ ଭୂମିହୀନ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଜାଗା ରେ ଘର କରି ଦୀର୍ଘ ବର୍ଷ ହେଲା ରହିଛନ୍ତି ସେମାନଂକୁ ପଟା ଦେବା ପରିବର୍ତ୍ତେ ଘରଭାଙ୍ଗିବା ଲାଗି ପ୍ରଶାସନ କୁ ଚିଠି ଦେବା ଲଜ୍ୟା ଜନ କ ବୋଲି କହିଥିଲେ l କୌଣସି ପରିସ୍ଥିତି ରେ ଘର ଭାଙ୍ଗିବାକୁ ଦିଆଯି ବ ନାହିଁ ବୋଲି କହିବାସହ ଏ ନେଇ ବିଧାନସଭା ଅଧିବେଶନ ବେଳେ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ lଆଲୋଚନା ବେଳେ ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ଉପସ୍ଥିତ ଥିଲେ l