ସରକାରୀ ସହାୟତା ରୁ ବଞ୍ଚିତ ଗୀତା ଭୂୟାଁ l
(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆର.ଉଦୟଗିରୀ ବ୍ଲକ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ଡେରବା ଭାଲୁସାହି ନିବାସୀ ସ୍ଵର୍ଗତ ବାସୁଦେବ ଭୂୟାଁ ଙ୍କ ସ୍ତ୍ରୀ ଗୀତା ଭୂୟାଁଙ୍କ କଥା , ହସ ଖୁସିରେ ସାସୁ ଶଶୁର ଓ ତିନି ଛୁଆଙ୍କୁ ନେଇ ନିଜ ଛୋଟ ସଂସାର ଚାଲୁଥିଲା । ହେଲେ ଏହି ହସ ଖୁସି ଆଉ ବେଶିଦିନ ଗୀତାଙ୍କ ମୁହଁ ରେ ରହିଲା ନାହିଁ । ସ୍ଵାମୀ ସ୍ଵର୍ଗତ ବାସୁଦେବ ଏକ ଠିକାଦାର ପାଖରେ ନୂତନ ଘର କାମରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଛାତରୁ ପଡି ଅକାଳରେ ଜୀବନ ଚାଲିଗଲା । ଆଉ ତା ପରଠାରୁ ସବୁକିଛି ଅନ୍ଧକାର ମୟ । ନିଜ ବୃଦ୍ଧ ଶାଶୁ ଶ୍ଵଶୁର ଆଉ ତିନି ପୁଅ ପେଟରେ ଦାନ ଦେବାକୁ କରିବାକୁ ପଡୁଛି ଦୁନିଆସହ ସଂଘର୍ଷ । ସକାଳୁ ଉଠିଲେ ଯାବତିୟ କାମ ସାରି ବାହାରି ଯିବାକୁ ପଡେ ଗାଁ ଲୋକଙ୍କ ଗୋରୁ ଗାଈ ଚରାଇବାକୁ । ଆଉ ଅନ୍ୟ ସମୟରେ ଲୋକଙ୍କ କୁଲି ଯେପରିକି ଧାନ କାଟିବା ମାଣ୍ଡିଆ କାଟିବା ଆଉ ମକା ଭାଙ୍ଗିବା ଛଡାଇବା ଇତ୍ୟାଦି । ପିଲା ମାନେ ମଧ୍ୟ ମାଙ୍କ ଦୁଖ ଦେଖି ନ ପାରି ହାତକୁ ହାତ ମିଶାଇ କାମରେ ଲାଗି ପଡନ୍ତି । ଜଙ୍ଗଲରୁ କାଠ ଆଣିବା ସହ ଜଙ୍ଗଲ କନ୍ଦା ମଧ୍ୟ ଖୋଳି ଆଣିଥାନ୍ତି । ନହେଲେ ଚୁଲି ଜଳିବା ବନ୍ଦ । ସ୍ଵାମୀଙ୍କ ମୃତ୍ୟୁ ପରେ ପରିବାର କିପରି ଚଳାଇବେ ସ୍ଵାମିକୁ ଝୁରି ଝୁରି ଭାଙ୍ଗି ପଡ଼ୁଛନ୍ତି ଗୀତା , ହେଲେ ପିଲାଙ୍କ ମୁହଁ ଚାହିଁ କୋହକୁ ଛାତିରେ ଚପାଇ ଆଗକୁ ବଢୁଛନ୍ତି । ସରକାରୀ ସୁବିଧା ସବୁ ସାତ ସପନ,ବାର୍ଦ୍ଧକ୍ୟ ଭତା ମଧ୍ୟ ଆଜି ଯାଏ ହୋଇ ପାରି ନାହି । ବାରମ୍ବାର ପଞ୍ଚାଯତ କୁ ଦଉଡି ଦଉଡି ନୟାନ୍ତ । ଏପଟେ ଘର କଥା ଆପଣ ନଦେଖିଲେ ବିଶ୍ଵାସ ହୋଇପାରିବନି । ତିନି ହାତ ଜାଗାରେ ଦୁଇଟି ଟିଣ ପକାଇ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର । ଆବାସ ଯୋଜନା ଆସିଥିଲା ସତ ହେଲେ ସ୍ଵାମୀ ମଲାପରେ ତାହାବି ବନ୍ଦ । ଗୀତାଙ୍କ ଚାରିଦିଗ ଅନ୍ଧକାର ମୟ ହୋଇଥିବାବେଳେ ସରକାରୀ ସହାୟତା ଅପେକ୍ଷାରେ । ସହୃଦୟ ସରକାରିବାବୁ ଅବା ଜନପ୍ରତିନିଧି ଙ୍କ ଶୁଭ ଦ୍ରୁଷ୍ଟି ପଡିଥିଲେ ଗୀତାଙ୍କ ତିନି ପୁତ୍ରଙ୍କ ଭବିଷ୍ୟତ ଉଜ୍ଵଳ ହେବା ସହ ଶାଶୁ ଶ୍ବଶୁର ଙ୍କ ପରିଣତ ବୟସରେ ନାତିମାନକ ମୂହରେ ହସ ଦେଖି ନିଜ ପୁତ୍ର ବିୟୋଗ ଦୁଖ ଭୁଲି ଯାଇଥାନ୍ତି l