ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାଗପଡା ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ନାଗପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମୋ ସ୍କୁଲ ଅଭିଯାନ କମିଟୀର ସଭାପତି ଶିକ୍ଷକ ସଦାନନ୍ଦ ଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ସମ୍ନାନିତ ଅତିଥି ଭାବରେ ରେମଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଦ୍ଧବ ବାରିକ, ସମାଜ ସେବୀ ଜନେକ ନାଗ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡୋଳାମଣି କନ୍ଧେର, ରେମଣ୍ଡା ସି.ଆର.ସି.ସି ମନୋରଞ୍ଜନ ବେହେରା, ଭେଡେନ ବ୍ଲକ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କ୍ଷୀରସାଗର କନ୍ଧେର ଯୋଗଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ବ୍ୟୋମକେଶ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ କରିଥିବାବେଳେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସେଠ ବାର୍ଷିକ ବିବରଣୀ ପଠନ କରିଥିଲେ। ପ୍ରାରମ୍ଭରୁ ଅତିଥିବୃନ୍ଦ ଦୀପ ପ୍ରଜ୍ବଳନ ପରେ ଶିକ୍ଷାପ୍ରେମୀ ଦୁତିଆ ନାଗଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀ ରୀମା ମାହାର ,ପ୍ରତିମା ରାଣୀ ମାହାର ଓ କୁମୁଦିନି କନ୍ଧେର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନିମନ୍ତ୍ରୀତ ଅତିଥି ପ୍ରେମାନନ୍ଦ ଖମାରୀ,ତାରାଚାନ୍ଦ ଭୋଇ ଓ କୁଶ କୁମାର ପ୍ରଧାନ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଶିକ୍ଷକ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ବୁଲୁ ଶତପଥୀ ଏକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଅନ୍ୟ ନିମନ୍ତ୍ରୀତ ଅତିଥି କୃଷ୍ଣଚନ୍ଦ୍ର କନ୍ଧେର, କୁଶ ପ୍ରଧାନ,ପ୍ରେମାନନ୍ଦ ଖମାରୀ,ସତ୍ୟନାରାୟଣ ବାରିକ,ସନାତନ ପ୍ରଧାନ,ବୁଲୁ ଶତପଥୀ, ଇନ୍ଦୁ ରେଖା ଦେଈ,ଶୈଳସୁତା ଶତପଥୀ,ବୃନ୍ଦାବତୀ ଭୋଇ,ବାସନ୍ତୀ ଦୁଆନ ଓ ସାମ୍ବାଦିକ ହେମନ୍ତ କୁମାର ନାୟକଙ୍କୁ ଉପେଢ଼ୋୖକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ପର୍ବକୁ ପ୍ରଧାନ ଶିକ୍ଷକ ଶ୍ରୀ ସେଠ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ବ୍ୟୋମକେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରେମ୍ ସୋ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ସହଯୋଗ କରିଥିଲେ।