ଜୟପୁର ସହର ରେ ରହୁଥିବା ଆଇନଜୀବୀ ଶ୍ରୀମତୀ ନଳିନୀ ରଥ ଏବଂ ସୁଶ୍ରୀ ଆରତୀ ମହାନ୍ତି ନିଜର ସାମାଜିକ କାର୍ଯ୍ୟ ନିମନ୍ତେ ଜଣାଶୁଣା। ଆଜି ସ୍ଥାନୀୟ ସେମିଳିଗୁଡା ର ହୋଟେଲ୍ ଇମ୍ପେରିଆଲ ଠାରେ ତାଙ୍କର ସାମାଜିକ ଦାୟିତ୍ଵବୋଧ ତଥା ଜନ ସଧାରଣଙ୍କର ପ୍ରତି ସେବାଭାବ ଲାଗି ସଂଜୀବନୀ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ନିଜର ସେବା କାର୍ଯ୍ୟ ଲାଗି ବହୁବାର ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଶ୍ରୀମତୀ ନଳିନୀ ରଥ ଜଣେ ଆଇନଜୀବୀ ତଥା ସମାଜସେବୀ ଛଡ଼ା କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରିଆସୁଛନ୍ତି। ସମ୍ମାନିତ ହେବା ପରେ ଆଗକୁ ମଧ୍ୟ ସମାଜ ପ୍ରତି ତାଙ୍କର ଦାୟିତ୍ଵ ସୁଚାରୁ ରୂପେ ନିର୍ବାହ କରିବେ ଏହି ଦୁଇ ଆଇନଜୀବୀ ଯୋଡ଼ି ବୋଲି ଦୁହେଁ ଆଶା ପ୍ରକାଶ କରିଛନ୍ତି।
Related Posts

ବଲାଙ୍ଗୀର ଜିଲ୍ଲା ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଐତିହାସିକ କାର୍ଯ୍ୟକ୍ରମରେ 53 ଜଣ ନେତ୍ରଦାନ ପାଇଁ ଶପଥ ନେଲେ
ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଐତିହାସିକ କାର୍ଯ୍ୟକ୍ରମରେ 53 ଜଣ ନେତ୍ରଦାନ ପାଇଁ ଶପଥ ନେଲେ ବଲାଙ୍ଗୀର, 25 ନଭେମ୍ବର 2024:…

ଡେକି ଭାଙ୍ଗି ଏକଲକ୍ଷ ଟଙ୍କା ଚୋରୀ
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଏସଡିସିସି ବ୍ଯାଙ୍କ ରୁ ପ୍ରଶାନ୍ତ କର୍ମୀ, ବୟସ ୩୭,ପିତା – ତରଣୀ କର୍ମୀ…

ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ
ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ ଭୁବନେଶ୍ୱର: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ…